Odisha Link
Bridging the Missing Links in Odisha

ଅଧିକାର ପାଇଁ ଚାଲିଛି ମାଲକାନଗିରିରେ ଲଢ଼େଇ

ମାଲକାନଗିରି : ସର୍ବଶିକ୍ଷା ଅଭିଯାନକୁ ନେଇ ଆଗକୁ ବଢ଼ୁଥିବା ଆମ ବ୍ୟବସ୍ଥା କହୁଛି ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ। ହେଲେ ବ୍ୟବସ୍ଥା ଭିତରେ ଥିବା ଅବ୍ୟବସ୍ଥା ପାଇଁ ନା ସଭିଏଁ ପଢ଼ିପାରୁଛନ୍ତି, ନା ଆଗକୁ ବଢ଼ିପାରୁଛନ୍ତି ? ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୨ଶହ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କ ସହ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ପ୍ରମୁଖ ସମସ୍ୟା ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିବାକୁ ଗତକାଲି ସକାଳୁ ସକାଳୁ ବାହାରିଛନ୍ତି।
ଚିତ୍ରକୋଣ୍ଡାରେ ରାତ୍ରୀ ଯାପନ କରିବା ପରେ ଆଜି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇବେ। ଦୀର୍ଘଦିନର ସମସ୍ୟା ନେଇ ଏମାନେ ସମସ୍ତେ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଛନ୍ତି। ପିଲାମାନଙ୍କ ସହ ମଧ୍ୟ ୬ଟି ପଞ୍ଚାୟତର ୬୦୦ଗ୍ରାମବାସୀ ମାନେ ସାମିଲ ହୋଇଛନ୍ତି। ସମସ୍ତଙ୍କର ଗୋଟିଏ ମିଶନ ରହିଛି ମାନକାଲଗିରି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦିର୍ଘ ସମସ୍ୟା ଅବଗତ କରାଇବେ।

Comments are closed.