Odisha Link
Bridging the Missing Links in Odisha

ଛାତ୍ରୀଙ୍କୁ ଅସଦାଚଣ କରି ନିଲମ୍ବିତ ହେଲେ ଅଭିଯୁକ୍ତ ଶିକ୍ଷକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆବାସିକା ବିଦ୍ୟାଳୟର ଛାତ୍ରୀଙ୍କୁ ଅସଦାଚରଣ ଘଟିଥିବା ଘଟଣାରେ ଡବ୍ଲୁଡିଓ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ୱନ କରିବାସହ ସହ ପ୍ରଧାନଶିକ୍ଷକଙ୍କୁ ନୋଟିସ୍ ଜାରିକରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷା ଖାତା ଦେଖିବା ବାହାନାରେ ମାଲକାନଗିରି ଜିଲ୍ଲା ଆବାସିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଜଣଙ୍କୁ ସ୍କୁଲ ଶିକ୍ଷକ ଅସଦା ଚରଣ କରିଥିବାର ଅଭିଯୋଗ ହୋଇଥିଲା । ଯାହାର ପରିମାଣ ସ୍ୱରୂପ ଶିକ୍ଷକ ଜଣଙ୍କୁ ଗ୍ରାମବାସୀମାନେ ମାଡ଼ ମରିବା ପରେ ସ୍କୁଲର ଗେଟରେ ବାନ୍ଧିପକାଇଥିଲେ। ଯାହାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହାପରେ ବିଭାଗୀୟ କର୍ତ୍ତୃପକ୍ଷ ଘଟାଣ ସ୍ଥଳରେ ପହଞ୍ଚି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Comments are closed.