Odisha Link
Bridging the Missing Links in Odisha

ପରୀକ୍ଷାରେ ଖରାପ ଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାଉରକେଲା : ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ହେଲେ ବଲାଙ୍ଗିରର ଅରବିନ୍ଦ ପୁଟେଲ। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଉରକେଲା ଏରୋଡ୍ରମ ନିକଟ ପଡ଼ିଆରେ ଆଜି (ସିଆଇଏସଏଫ) ଅର୍ଦ୍ଧ ସାମରିକ ବାହିନୀ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ଚାଲିଥିଲା। ଏଥିରେ ଅରବିନ୍ଦ ଯୋଗ ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ। ଫଳରେ ସେ ଇଲେକ୍ଟ୍ରିକ୍‌ ଖୁଣ୍ଟ ଉପରେ ଚଢ଼ି ତାର ଧରି ଝୁଲି ପଡ଼ିବା ଯୋଗୁ ବିଦ୍ୟୁତ ଆଘାତରେ ତଳେ ପଡି ଗୁରୁତର ହୋଇପଡ଼ିଥିଲେ।

 

Comments are closed.