Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ବର୍ତ୍ତମାନ ବିଜୁ ଜନତା ଦଳରେ ଚାଲିଛି ନିଯୁକ୍ତିର ଋତୁ। ଏହି ଋତୁରେ ସାମିଲ ହୋଇଛନ୍ତି ବିଜେଡି ନେତା ମାନସ ମଙ୍ଗରାଜ। ମାନସଙ୍କୁ ମିଳିଛି ନୂଆ ଦାୟିତ୍ବ। ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ କରୁଛି। ଆଉ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଗୁରୁ ଦାୟିତ୍ୱ ମାନସଙ୍କ ଉପରେ ନ୍ୟସ୍ତ କରାଯାଇଛି।

କଣ କୁହନ୍ତି ମାନସ ମଙ୍ଗରାଜ:
ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ଏହି ଦାୟିତ୍ୱ ପାଇବା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅତୀତରେ ମୁଁ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିଲି। ଆଉ ଏବେ ସେହି ବିଭାଗର ଦାୟିତ୍ୱ ମିଳିଥିବାରୁ ଏହା ମୋ ପାଇଁ ଗୈାରବର କଥା। ଏହି ଦାୟିତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା, ବିଶ୍ୱାସକୁ ବଜାୟ ରଖି ଆଗାମୀ ଦିନରେ କାର୍ଯ୍ୟ କରିବା ସହ ସାମ୍ବାଦିକଙ୍କ ସମସ୍ୟା ଓ ଗଣମଧ୍ୟମର ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେବି ବୋଲି ନିଜ ପ୍ରାଥମିକ ପ୍ରତିକ୍ରିୟାରେ ସେ କହିଛନ୍ତି।

ନିର୍ବାଚନ ସମୟରେ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ମାନସ। ଗତ ୨୦୧୯ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା। ଯେଉଁଥିପାଇଁ ଦଳ ଭିତରେ ତାଙ୍କର ଗ୍ରହଣୀୟତା ବେଶ ବଢିଥିଲା। ଆଉ ନିର୍ବାଚନ ପରେ ତାଙ୍କୁ ଏକ ଗୁରୁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା।

Comments are closed.