Odisha Link
Bridging the Missing Links in Odisha

ନୟାଗଡ଼: ଟାଉନ୍‌ ଥାନାରେ ନିଆଁ

ନୟାଗଡ଼: ନୟାଗଡ଼ ଟାଉନ୍‌ ଥାନାରେ ନିଆଁ। ସର୍ଟ ସର୍କିଟରୁ ନିଆଁ ଲାଗି ଥାନାର ଇନଭରଟର ଓ ଏହାର ବ୍ୟାଟେରୀ ଫାଟିଯାଇଥିଲା। ଫଳରେ ଚାହୁଁ ଚାହୁଁ ସେହି ଘରଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଅନ୍ୟଗୃହକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲା।

ତେବେ ଥାନାର ମୁଖ୍ୟ ଘର ଓ ଆଇଆଇସିଙ୍କୁ ଗୃହ କୌଣସି କ୍ଷତି ହୋଇନାହିଁ। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଏଏସ୍‌ଆଇ ଧର୍ମେନ୍ଦ୍ର ଅନ୍ୟ ଗୃହ ଗୁଡିକୁ ବନ୍ଦ କରିଦେଇଥିଲେ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେଣୁ ଅଳ୍ପକେ ଟାଉନ ଥାନା ଏକ ବଡ ଧରଣର କ୍ଷତିରୁ ବର୍ତି ଯାଇଥିଲା।

Comments are closed.