Odisha Link
Bridging the Missing Links in Odisha

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡିଲା

ପାଟଣା : ପୁଣି ଗୁରୁଙ୍କର ନାଁରେ ଲାଗିଛି କଳଙ୍କ। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଉକ୍ତ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଅସାଦାଚରଣ କରୁଥିବା ଅଭିଯୋଗ ନେଇ ଗତ କାଲି ସ୍କୁଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା।
ଅଭିଭାବକ ମାନେ ସ୍କୁଲର ଗେଟ ସମ୍ମୁଖରେ ଅପରାହ୍ନ ୩ ଟା ସମୟରୁ ରହି ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କରି ସ୍କୁଲ ଭିତରେ ଅଟକ ରଖିଥିଲେ। ପରେ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତଙ୍କୁ ବିଦ୍ୟାଳୟରୁ ଉଦ୍ଧାରକରି ଥାନାରେ ଅଟକ ରଖିଛନ୍ତି।

Comments are closed.