Odisha Link
Bridging the Missing Links in Odisha

ରାଜଧାନୀରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ବଡ ମଲରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ମକ ଡ୍ରିଲ୍। ରସୁଲଗଡରେ ଥିବା ବଡ ମଲରେ ପରୀକ୍ଷା ମୂଳକ ଭାବେ ଏହି ମକଡ୍ରିଲ୍। ଏଥିରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ, କମିଶନରେଟ୍ ପୋଲିସ ସାମିଲ ହୋଇଛି। ଖାସ୍ କରି କାଉଣ୍ଟର ଟେରରିଷ୍ଟ ସ୍କୁଆଡ ଓ ସିଭିଲ୍ ଡିଫେନ୍ସ ଟିମ୍ ସହାୟତାରେ ଏହି ମକଡ୍ରିଲ୍ କରାଯାଉଛି।
ବିଶେଷ କରି ସହରର ବଡ ମଲରେ ଯଦି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ କିଭଳି ଭାବେ ଏହାର ମୁକାବିଲା କରାଯିବ, କିଭଳି ମଲର ସୁରକ୍ଷା ସହିତ ଧନଜୀବନ ସୁରକ୍ଷା କେମିତି କରାଯିବ, ସେନେଇ କିପରି ପ୍ରସ୍ତୁତ ହେବାକୁ ପଡିବ ଚାଲିଛି ଏହି ମକଡ୍ରିଲ୍। କମିଶନରେଟ୍ ପୋଲିସ ଏହାର ମୁକାବିଲା କେମିତି କରିବ ମକଡ୍ରିଲରେ ଦର୍ଶାଉଛନ୍ତି ଜବାନ ମାନେ।

Comments are closed.