Odisha Link
Bridging the Missing Links in Odisha

ଆଜି ପରଦାକୁ ଆସିଛି ସିନେମା ‘ସାହୋ’

ଭୁବନେଶ୍ବର : ସିନେମା ପ୍ରେମୀମାନେ ଦୁଇ ବର୍ଷ ହେଲା ପ୍ରଭାସ ଓ ଶ୍ରଦ୍ଧାଙ୍କ ନୂଆ ସିନେମା ‘ସାହୋ’କୁ ଅପେକ୍ଷା କରିରହିଥିଲେ। ଏବେ ତାହା ଅପେକ୍ଷାର ଅନ୍ତ ଘଟିଛି। ଆଜି ଫିଲ୍ମ ‘ସାହୋ’ ଭାରତରେ ରିଲିଜ୍ ହୋଇ ଯାଇଛି। ଭାରତରେ ମୋଟ ୧୦ ହଜାର ସିନେମା ହଲରେ ରିଲିଜ୍ ହୋଇଛି ଫିଲ୍ମ ‘ସାହୋ’। ଏହି ସିନେମା ପାଇଁ ପ୍ରଭାସ ୨ ବର୍ଷ ସମୟଦେଇଥିଲେ। ଏ ଫିଲ୍ମ ନିର୍ମାଣରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏହି ସିନେମାଟି ୟୁଏଇରେ ରିଲିଜ୍ ହୋଇଛି। ସେଠାରେ ଫିଲ୍ମଟିକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି। ସେଠାକାର କିଛି ଚଳଚ୍ଚିତ୍ର ସମୀକ୍ଷକ କହିଛନ୍ତି ସିନେମାଟି ବଢ଼ିଆ ହୋଇଛି କହି ୪ଟି ଷ୍ଟାର୍ ଦେଇଛନ୍ତି ଆଉ ୟୁଏଇର ଜଣେ ଭାରତୀୟ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ପ୍ରଭାସଙ୍କ ‘ସାହୋ’କୁ ଖୁବ୍ ସମାଲୋଚନା କରିଛନ୍ତି। ପ୍ରଭାସଙ୍କ ହିନ୍ଦୀ ଡବିଙ୍ଗ୍ ଓ ଶ୍ରଦ୍ଧା କପୁରଙ୍କ ଅଭିନୟ ଓ ଫିଲ୍ମଟି ସମୟ ସୀମାକୁ ନେଇ ସେ ତୀବ୍ର ସମାଲୋଚନା କରିଛନ୍ତି।ଏହି ସନେମା ଟିକେଟ୍ ଦର ବହୁତ ଅଧିକ ହୋଇଥିଲେ ମଧ୍ୟ ସିନେମା ପ୍ରେମୀଙ୍କ ଆଗ୍ରହ କମି ନାହିଁ ଫିଲ୍ମରେ କେବଳ ଆକ୍ସନ ହିଁ ଆକ୍ସନ ରହିଛି। ଏହି ସିନେମାରେ ପ୍ରଭାସଙ୍କ ଆକ୍ସନ ଦେଖିବାକୁ ମିଳୁଛି।
ପ୍ରଭାସ ଓ ୩୦ ମିନିଟ୍ର କ୍ଲାଇମେକ୍ସ ଆକ୍ସନ୍କୁ ସିନେମା ପ୍ରେମୀମାନେ ବେଶ୍ ପ୍ରଶଂସା କରିଛନ୍ତି ଓ ଏହାର ଗୀତ, କାହାଣୀ ସହିତ ଭିଏଫ୍ଏକ୍ସ (ଭିଜୁଆଲ୍ ଇଫେକ୍ଟସ୍)କୁ ଭାରି ପ୍ରଶଂସା କରିଛନ୍ତିା
ଦୁବାଇର ସାମ୍ବାଦିକ ଉମୈର ସାନ୍ଧୁ ‘ସାହୋ’ ସିନେମା କୁ ବେଶ୍ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ ରେ ଲେଖିଛନ୍ତି, ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ସୁପର ହିଟ୍ ଲାଗୁଛି। ସେମାନେ ବଢ଼ିଆ ଅଭିନୟ କରିଛନ୍ତି। ଆକ୍ସନ ହେଉଛି ଫିଲ୍ମଟିର ୟୁଏସ୍ପି। ପ୍ରଭାସଙ୍କ ଷ୍ଟଣ୍ଟ୍ଗୁଡ଼ିକୁ ଛିଡ଼ା ହୋଇ ତାଳି ମାରିବା ଭଳି ହୋଇଛି। ଡାଏଲଗ୍ ବି ଭଲ ଅଛି। ଫିଲ୍ମଟି ମନୋରଞ୍ଜନରେ ଭରପୂର ରହିଛି। ଏହା ସହିତ ଫିଲ୍ମଟିକୁ ୪ଟି ଷ୍ଟାର୍ ମଧ୍ୟ ଦେଇଛନ୍ତି।

Comments are closed.