Odisha Link
Bridging the Missing Links in Odisha

ଆଜି ଗଣେଶ ପୂଜା, ସଜେଇ ହୋଇଛି ଶିକ୍ଷାନୁଷ୍ଠାନ ଓ ମଣ୍ଡପ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ପୂଜା ମଣ୍ଡପ। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ହୋଇଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ, ଧୂପ ଆଦି ଧରି ନିଜ ନିଜର ଶିକ୍ଷାନୁଷ୍ଠାନରେ ଗଜାନନଙ୍କୁ ଆରାଧନା କରୁଛନ୍ତି।

ଅନ୍ୟପକ୍ଷରେ ବିଘ୍ନ ବିନାଶକଙ୍କ ପୂଜା ପାଇଁ ରାଜ୍ୟର ବିଭିନ୍ନ ସହର ଝଲସୁଛି। ସେହିପରି ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି। ଏଥିସହ ଘରେ ଘରେ ମଧ୍ୟ ବିଘ୍ନ ବିନାଶକଙ୍କ ପୂଜା ଚାଲିଛି। ପୂଜା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.