Odisha Link
Bridging the Missing Links in Odisha

ଗର୍ଭାବସ୍ଥାରେ ଶିଶୁ କ’ଣ ପାଇଁ ଲାତ ମାରିଥାଏ

ଭୁବନେଶ୍ବର: ମହିଳାଙ୍କ ପାଇଁ ମା’ ହବା ଏକ ସୁଖପୂର୍ଣ୍ଣ ଅନୁଭୂତି । ଗର୍ଭାବସ୍ଥାର  ନଅ ମାସ ପର୍ଯ୍ୟନ୍ତ ମା’ ପ୍ରତିଦିନ  ନୂଆ ନୂଆ ଅନୁଭୂତି ପାଇଥାଏ।  ମା’ ପାଇଁ ଶିଶୁ ଗର୍ଭରେ ଲାତ ମାରିବା ଅନୁଭବ ବହୁତ ଖାସ୍ ହୋଇଥାଏ। ଶିଶୁ ଗର୍ଭାଶୟରେ ଲାତ ମାରିଥିବାବେଳେ ,ତାହା ବାହାରକୁ ମଧ୍ୟ ଜଣାପଡିଥାଏ ା

କିନ୍ତୁ ଶିଶୁ  ଗର୍ଭାବସ୍ଥାରେ ଥିବା ସମୟରେ ଲାତ କଣ ପାଇଁ ମାରିଥାଏ ଏହା ଆପଣଙ୍କୁ ମଧ୍ୟ ଜଣାନଥିବ।

ଲାତ ମାରିବା ହେଉଛି ଶିଶୁର ବିକାଶର ସଂକେତ । ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ବଢ଼ିଯାଇଥାଏ ସେଥିପାଇଁ ସେ ଅଧିକ ହଲ ଚଲ ହୋଇପାରେ ନାହିଁ। ବାହାରୁ କିଛି ଶବ୍ଦ କିମ୍ବା ମା’ର ଖାଇବା ଶବ୍ଦ ଶୁଣିଲେ ଶିଶୁ ତାର ଅଙ୍ଗକୁ ହଲଚଲ କରିଥାଏ। ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ବଢ଼ିଯାଇଥାଏ,ସେଥିପାଇଁ ସେ ଅଧିକ ହଲି ପାରିନଥାଏ। ଏହି ସମୟରେ ମହିଳାଙ୍କୁ ନିଜ ଗର୍ଭର ଗୋଟିଏ କିମ୍ବା ଦୁଇ ପାର୍ଶ୍ବରେ ଶିଶୁର ଲାତ ମାରିବା ଅନୁଭବ ହୋଇଥାଏା

୨୮ ସପ୍ତାହ ପରେ ଶିଶୁ ଗର୍ଭାବସ୍ଥାରେ ଥିବା ସମୟରେ କେତେ ଥର ଲାତ ମାରୁଛି ତାହାକୁ ଗଣିବା ପାଇଁ ଡାକ୍ତର ଗର୍ଭବତୀଙ୍କୁ ପରାମର୍ଶ ଦେଇଥାଆନ୍ତି । କାରଣ ଯଦି ସେ ଲାତ କମ୍ ମାରୁଥାଏ କିମ୍ବା ଆଦୌ ଲାତ ମାରୁନଥାଏ  ତେବେ ଅମ୍ଳଜାନ ସପ୍ଲାଏ କମ୍ ହେବା କିମ୍ବା ସୁଗାର ଲେବଲ କମ୍ ହେବାର ସଂକେତ ହୋଇଥାଏ। ଶିଶୁ ଲାତ ମାରିବା ତାହାର ଉତ୍ତମ ବିକାଶର ମଧ୍ୟ ସଂକେତ ହୋଇଥାଏ । ଗର୍ଭରେ ହାକୁଡି ମାରିବା, ଓ ଅଙ୍ଗକୁ ପ୍ରସାରିତ କରିବା ସମୟରେ ଶିଶୁ ଲାତ ମାରିଥାଏ।ଯଦି ମା’ ବାମ କଡ ହୋଇ ଶୋଇଥାନ୍ତି ତେବେ  ରକ୍ତର ଅପୂର୍ତ୍ତି ବଢ଼ିବାରେ ମଧ୍ୟ ଶିଶୁ ଲାତ ମାରିଥାଏ।

Comments are closed.