Odisha Link
Bridging the Missing Links in Odisha

ଅଧାରାସ୍ତାରେ ଖରାପ ହେଲା ଆମ୍ୱୁଲାନ୍ସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଜମକେଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧା ରାସ୍ତାରେ ଆମ୍ୱୁଲାନ୍ସସଟି ଖରାପ ହୋଇଯିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟକୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଛି।
ମିଳିଥିବା ସୂଚନା ଅନୁସାରେ, ଜମକେଇ ଗ୍ରାମର ଚନ୍ଦ୍ରବତୀ ରଣାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ୱୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଉଥିଲା। ରାସ୍ତାରେ ଯିବା ସମୟରେ ବଣାଇ ଗୁରୁଣ୍ଡିଆ ରାସ୍ତାର ତୁରାମୁରା ଗ୍ରାମ ନିକଟରେ ହଠାତ୍ ଆମ୍ୱୁଲାନ୍ସଟି ଅଚଳ ହୋଇଯାଇଥିଲା। ଏଭଳି ପରିସ୍ଥିତିର ରେଗୀଙ୍କ ସମ୍ପର୍କୀୟ ତାଙ୍କୁ ଏକ ଘରୋଇ ଗାଡ଼ି କରି ରାଉରକେଲା ମେଡିକାଲକୁ ନେଇଥିଲେ। ତେବେ ଏହାକୁ ନେଇ ରୋଗୀଙ୍କ ପରିବାର ଲୋକଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ଆମ୍ୱୁଲାନ୍ସ ସେବା ଯୋଗାଇ ଦେଉଥିବା ଗାଡ଼ି ଗୁଡ଼ିକ ପୁରୁଣା ହୋଇ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ରୋଗୀଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ।

Comments are closed.