Odisha Link
Bridging the Missing Links in Odisha

ରାଜଧାନୀରେ ପୁଣି ଏନ୍‌କାଉଣ୍ଟର

ଭୁବନେଶ୍ବର: ପୁଣି ପୋଲିସର ରାଜଧାନୀରେ ଏନକାଉଣ୍ଟର କରିଛି। ଗତକାଲି ବିଳମ୍ବିତ ରାତିରେ କଳିଙ୍ଗନଗର ଅଞ୍ଚଳରେ କମିଶନରେଟ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଆହତ ହୋଇଛି। ସୁଶାନ୍ତର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
ରାଜଧାନୀ ସମେତ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ସୁଶାନ୍ତ ନାଁରେ ୨୦ରୁ ଅଧିକ ମାମଲା ରହିଛି। ୨୦୧୭ରେ ଟାଙ୍ଗୀ ଅଞ୍ଚଳରେ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଗାଡିରୁ ୬୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ସମ୍ପୃକ୍ତ ଥିଲା ସୁଶାନ୍ତ। ଆହତ ସୁଶାନ୍ତ ନିକଟରୁ ଗୋଟିଏ ୯ ଏମଏମ୍ ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି।

Comments are closed.