Odisha Link
Bridging the Missing Links in Odisha

ବିଜେଡ଼ିରେ ଯୋଗ ଦେଲେ କାର୍ମୀ ମୁର୍ମୁ

ଭୁବନେଶ୍ବର: ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଉଦାଳା ବ୍ଲକ୍‌ ବିଜେପି ଚେୟାରମ୍ୟାନ୍ କାର୍ମୀ ମୁର୍ମୁ। ଶହେରୁ ଅଧିକ ସହଯୋଗୀଙ୍କୁ ନେଇ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି। କାର୍ମୀଙ୍କ ଯୋଗଦାନ ଉଦଳାରେ ଆହୁରି ଦଳକୁ ସୁଦୃଢ କରିବ ବୋଲି ମୋର ଆଶା ବୋଲି କହିଛନ୍ତି ନବୀନ ପ‌ଟ୍ଟନାୟକ।

ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ଦ୍ବାରା ବିଜେଡିରେ ଯୋଗ ଦେଇଛନ୍ତି କାର୍ମୀ। ବିଜେଡି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି କାର୍ମୀ ମୁର୍ମୁ। ଏଥିସହିତ ବିଜେପି ମୋତେ ଗୁରୁତ୍ବ ଦେଉନଥିବାରୁ ମୁଁ ବିଜେଡିରେ ଯୋଗଦାନ କରିଛି ବୋଲି କାର୍ମୀ ମୁର୍ମୁ କହିଛନ୍ତି।

Comments are closed.