Odisha Link
Bridging the Missing Links in Odisha

ନାବାଳିକା ଉପରେ ଚଢ଼ିଗଲା କଣ୍ଟେନର

କଳାହାଣ୍ଡି : କଳାହାଣ୍ଡିରେ ବେଦାନ୍ତ କଣ୍ଟେନର ଚାପାରେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ନୁନମାଠ ନିକଟରେ ଦୁଘର୍ଟଣା ଘଟିଛି। ଜାତୀୟ ରାଜପଥ ରାସ୍ତା ପାର୍ଶ୍ବରେ ନୁନମାଠ ଅବସ୍ଥିତ। ମୃତକ ବଗାଡର ୮ବର୍ଷ ବୟସ୍କ ଲଳିତା ମାଝୀ।
ମିଳିଥିବା ସୂଚନା ଅନୁସାାରେ, ନୂଆଖାଇ ପାଇଁ ନୁନମାଠ ଆସିଥିଲେ ଲଳିତା। ସକାଳୁ ନାବାଳିକା ରାସ୍ତା ପାର କରୁଥିବା ବେଳେ ଚଢି ଯାଇଥିଲା କଣ୍ଟେନ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଶବ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବଲାଙ୍ଗୀର-ଭବାନୀପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଚିଂ କଣ୍ଟେନରକୁ ଜବତ କରିଛି।

Comments are closed.