Odisha Link
Bridging the Missing Links in Odisha

ପୁଲିସ୍‌ ବାବୁଙ୍କ ପାଇଁ ଅଲଗା ନିୟମ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଗୋଟିଏ ପଟେ ନୂଆ ମୋଟର ଆଇନ୍‌ ଚର୍ଚ୍ଚା। ଅନ୍ୟପଟେ ଜୋରିମାନା ଆଦାୟ ନେଇ ଚର୍ଚ୍ଚା ଜୋରଧରିଛି। ହେଲେ ଏ ନିୟମ ସାଧାରଣ ଲୋକଙ୍କ କ୍ଷେତ୍ରରେ ଜୋରଶୋର ଲାଗୁ ହୋଇଥିବା ବେଳେ ଅନ୍ୟପଟେ ଏ ନିୟମକୁ ଫୁ କରୁଛନ୍ତି ପୁଲିସ୍‌ ବାବୁ। ସାଧାରଣ ଲୋକଠୁ ଫାଇନ୍‌ ଆଦାୟ କରୁଥିବା ପୁଲିସ୍‌ ବାବୁ ମାନୁ ନାହାନ୍ତି ନୂଆ ନିୟମକୁ। ଏମିତି ଏକ ଭିଡିଓ ସୋଶିଆଲ ମଡିଆରେ ଘୁରି ବୁଲୁଛି।

ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଦୃଶ୍ୟ ଦେଖିବାକୁ ମଳିଛି। ପଳାଶୁଣୀରୁ କଟକ ଯିବା ରାସ୍ତାରେ ଏକ ପୁଲିସ୍‌ କର୍ମଚାରୀ ବିନା ହେଲମେଟରେ ଗାଡ଼ି ଚାଳନା କରୁଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ହେଲେ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଉ ନାହିଁ।

ସାଧାରଣ ଲୋକ ଯଦି ବିନା ହେଲମେଟରେ ବାଇକ୍‌ ଚଲାଉଛନ୍ତି ନୂଆ ନିୟମ ଅନୁସାରେ ୧୦୦୦ ଟଙ୍କା ଦେବାକୁ ପଡ଼ୁଛି ହେଲେ ପୁଲିସ୍‌ କର୍ମଚାରୀ ନିୟମ ଭାଙ୍ଗିବା ସତ୍ତ୍ବେ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଯାହା ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ। ସୂଚନା ଥାଉକି ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି।

Comments are closed.