Odisha Link
Bridging the Missing Links in Odisha

ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ହେଲେ ରସିଦ୍‌ ଖାନ୍

ବାଂଲାଦେଶ: ଟେଷ୍ଟ କ୍ରିକେଟର ସର୍ବକନିଷ୍ଠ ଅଧିନାୟକ ମାନ୍ୟତା ପାଇଛନ୍ତି ରସିଦ୍‌ ଖାନ୍। ଆଫଗାନିସ୍ତାନର ଟେଷ୍ଟ ଦଳର ଅଧିନାୟକ ରସିଦ୍‌ ଖାଁ ବିଶ୍ବର ସର୍ବକନିଷ୍ଠ ଟେଷ୍ଟ ଅଧିନାୟକ ହୋଇ ପାରିଛନ୍ତି। ଦୀର୍ଘ ୧୫ବର୍ଷ ପରେ ଏହି ରେକର୍ଡ ଭାଙ୍ଗିଛନ୍ତି ରସିଦ୍‌ ଖାନ୍‌। ଗୁରୁବାର ଘରୋଇ ବାଂଲାଦେଶ ବିପକ୍ଷରେ ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ନେତୃତ୍ବ ନେବା ସହ ରସିଦ୍‌ ଏହି ବିଶ୍ବରେକର୍ଡ ପ୍ରତିଷ୍ଠା କରିଛନ୍ତି। ରସିଦ୍‌ ସବୁଠାରୁ କମ୍‌ ବୟସ ୨୦ ବର୍ଷ ୩୫୦ ଦିନରେ ଟେଷ୍ଟ ଅଧିନାୟକ ହୋଇଛନ୍ତି। ଫଳରେ ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ତାତେନ୍ଦା ତାଇବୁଙ୍କ ରେକର୍ଡକୁ ରସିଦ୍‌ ଅତିକ୍ରମ କରିଛନ୍ତି। ତାଇବୁ ୨୦ ବର୍ଷ ୩୫୮ ଦିନ ବୟସରେ ୨୦୦୪ରେ ହରାରେଠାରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଜିମ୍ବାଓ୍ବେର ନେତୃତ୍ବ ନେଇଥିଲେ।

ଏହି ତାଲିକାର ୩ୟ ସ୍ଥାନରେ ଭାରତର ମନ୍‌ସୁର ଅଲୀ ଖାଁ ପଟୌଦିଙ୍କ ନାମ ରହିଛି। ଟାଇଗର ପଟୌଦି ଭାବେ ପରିଚିତ ମନ୍‌ସୁର ମାତ୍ର ୨୧ ବର୍ଷ ୭୭ ଦିନ ବୟସରେ ୧୯୬୨ ମସିହାରେ ବ୍ରିଜ୍‌ଟାଉନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ ପଛକୁ ପାକିସ୍ତାନର ଓ୍ବକାର୍‌ ୟୁନୁସ୍‌ ୨୨ ବର୍ଷ ୧୫ଦିନ ବୟସରେ, ଦକ୍ଷିଣ ଆଫ୍ରିକାର ଗ୍ରାଏମ୍‌ ସ୍ମିଥ୍‌ ୨୨ ବର୍ଷ ୮୨ ଦିନ ବୟସରେ ଏବଂ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ୍‌ ୨୨ବର୍ଷ ୧୧୫ ଦିନ ବୟସରେ ଟେଷ୍ଟ ମ୍ୟାଚରେ ନିଜ ଦେଶର ନେତୃତ୍ବ ନେଇଥିଲେ।

Comments are closed.