Odisha Link
Bridging the Missing Links in Odisha

ସରକାରୀ ଗାଡ଼ିର କାଗଜପତ୍ର ତନଖି କଲେ ଉତ୍ୟକ୍ତ ଜନତା

ଭୁବନେଶ୍ବର: ଭୁବନେଶ୍ବରରେ ତାତିଲେ ଲୋକ। ରାଜଧାନୀ ଭୁବନେଶ୍ବର ରାଜମହଲ ଛକରେ ସରକାରୀ ଗାଡ଼ିକୁ ତନଖି କରିଛନ୍ତି ସାଧାରଣ ଜନତା। ମୋ ବସ୍, ବିଏମସି ଗାଡ଼ି ଓ ପୁଲିସ୍‌ ଗାଡ଼ିକୁ ତନଖି କରିଛନ୍ତି ଉତ୍ୟକ୍ତ ଲୋକ। ସରକାରୀ ଗାଡ଼ିକୁ ତନଖି ନକରିବା ଅଭିଯୋଗରେ ସାଧାରଣ ଲୋକ ରାଜମହଲ ଛକରେ ଆଜି ସରକାରୀ ଗାଡ଼ିକୁ ଯାଞ୍ଚ କରିଛନ୍ତି। ଗୋଟିଏ ପଟେ ନୂଆ ଟ୍ରାଫିକ୍‌ ନିୟମ ବଳରେ ଫାଇନ୍‌ ଆଦାୟ କରୁଛନ୍ତି ଟ୍ରାଫିକ୍‌ ପୁଲିସ୍।

ରାଜମହଲ ଛକ ଠାରେ ଆଜି ପୁଲିସ୍‌ ପକ୍ଷରୁ ଯାଞ୍ଚ କରାଯାଇଥିଲା।ହେଲେ ସାଧାରଣ ଜନତାଙ୍କୁ ଯାଞ୍ଚ କରାଯାଉଥିବା ବେଳେ ସରକାରୀ ଗାଡ଼ିକୁ ଛାଡ଼ି ଦେଉଥିବାର ଅଭିଯୋଗ କରିଛନ୍ତି ସାଧାରଣ ଜନତା। ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକମାନେ ତାତିଛନ୍ତି। ଆଜି ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ୩ଟି ସରକାରୀ ଗାଡ଼ି ଅଟକାଇ ହୋହଲ୍ଲା କରିଛନ୍ତି।

ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଗାଡ଼ି ଅଟକାଇଛନ୍ତି। ମୋ ବସ୍‌ରେ ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଭ୍ୟାନ୍‌ର କାଗଜପତ୍ର ନ ଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ଗାଡ଼ି ଗୁଡ଼ିକୁ ଅଟକାଇ ଲୋକମାନେ ରେଜିଷ୍ଟ୍ରେସନ, ପରମିଟ୍, ଇନ୍‌ସୁରାନ୍ସ ସହ ପଲ୍ୟୁସନ୍‌ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି ସାଧାରଣ ଜନତା।ଅନ୍ୟପକ୍ଷରେ ଲୋକଙ୍କ ଆକ୍ରୋଶ ଦେଖି ବିଏମ୍‌ସି ଗାଡ଼ିର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ସେପ୍ଟେମ୍ବର ପହିଲାରୁୁ ନୂଆ ମୋଟରଯାନ ଆଇନ୍‌ ଲାଗୁ ହୋଇଥିବାବେଳେ ଏହାକୁ ନେଇ ହଟଚମଟ ଲାଗି ରହିଛି।

Comments are closed.