Odisha Link
Bridging the Missing Links in Odisha

ଜୋରିମାନା ଆଦାୟକୁ ନେଇ ତାତିଲେ ଲୋକ, ପୁଲିସର ଲାଠିମାଡ଼

ଭୁବନେଶ୍ବର: ଜୋରିମାନା ଆଦାୟକୁ ନେଇ ଭୁବନେଶ୍ବର ରାଜମହଲ ଛକଠାରେ ପୁଲିସ୍‌ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଶେଷରେ ହୋଇଛି। ଟ୍ରାଫିକ ନିୟମ ଉଲଙ୍ଘନର ଅତ୍ୟଧିକ ଜରିମାନାକୁ ବିରୋଧ କରିଛନ୍ତି ସାଧାରଣ ଜନତା।

ଏପରିକି ସରକାରୀ ଓ ବେସରକାରୀ ଗାଡି ମଧ୍ୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି। ଉତ୍ୟକ୍ତ ଲୋକ ସରକାରୀ ଗାଡ଼ି ଅଟକାଇବା ସହ କାଗଜପତ୍ର ଠିକ୍‌ ନଥିବା ଅଭିଯୋଗ କଲେ ସାଧାରଣ ଲୋକ। ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଗାଡ଼ି ଅଟକାଇଛନ୍ତି। ମୋ ବସ୍‌ରେ ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି ନ ଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଭ୍ୟାନ୍‌ର କାଗଜପତ୍ର ଠିକ୍‌ ନ ଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ଗାଡ଼ି ଗୁଡ଼ିକୁ ଅଟକାଇ ଲୋକମାନେ ରେଜିଷ୍ଟ୍ରେସନ, ପରମିଟ୍, ଇନ୍‌ସୁରାନ୍ସ ସହ ପଲ୍ୟୁସନ୍‌ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି।

ଘଟଣାସ୍ଥଳରେ ପୁଲିସ୍‌ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ପରିସ୍ଥିତି ବିଗିଡ଼ିବାରୁ ପୁଲିସ୍‌ ପକ୍ଷରୁୁ ଲାଠିମାଡ଼ କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ ଉପସ୍ଥିତ ରହିଛନ୍ତି।

Comments are closed.