Odisha Link
Bridging the Missing Links in Odisha

ଓଡ଼ିଶା ଯୁବ ସମ୍ମାନ ୨୦୧୯: ମନୋନୟନ ଆହ୍ବାନ

To read this news in English click here

ଭୁବନେଶ୍ବର: ଓଡ଼ିଶାର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆସନ୍ତା ୨୨ ସେପ୍ଟେମ୍ବର ୨୦୧୯, ରବିବାର ଦିନ ଭୁବନେଶ୍ବରରେ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ (OYA) ସମାରୋହ। ଅନୁଷ୍ଠାନ ଏଥିପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଠାରୁ ମନୋନୟନ ଆହ୍ବାନ କରୁଛି।

ବିଭିନ୍ନ କ୍ଷେତ୍ରରେ ସଫଳତା ଓ ଉତ୍କର୍ଷତା ଅର୍ଜନ କରିଥିବା ଓଡ଼ିଶାର ଜଣାଶୁଣା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସହ ଲୁକ୍କାୟିତ ଓ ଅନାଲୋଚିତ ଯୁବ ପ୍ରତିଭାଙ୍କୁ ଚିହ୍ନଟ କରିବା ଓଡ଼ିଶା ଯୁବ ସମ୍ମାନର ମୁଖ୍ୟ ଉଦ୍ଦେଶ୍ୟ।

ଓଡ଼ିଶା ଯୁବ ସମ୍ମାନ ୨୦୧୯: ବିଭାଗ

କଳା, କ୍ରୀଡ଼ା, ସଂସ୍କୃତି, ମନୋରଂଜନ, ଶିକ୍ଷା, ଉନ୍ନୟନ ଓ ସାମାଜିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅଥବା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସଫଳତାର ପାହାଚ ଚଢ଼ିଥିବା ଯୁବ ପ୍ରତିଭାଙ୍କୁ ଓଡ଼ିଶା ଯୁବ ସମ୍ମାନ ୨୦୧୯ ପ୍ରଦାନ କରାଯିବ।

ବିଭାଗଗୁଡ଼ିକ ହେଲା (ଆବଶ୍ୟକ ସ୍ଥଳେ ପରିବର୍ତ୍ତନଶୀଳ)

  • କଳା (ଚିତ୍ରକଳା / ସ୍ଥାପତ୍ୟ / ଡିଜିଟାଲ ଆର୍ଟ / ଅନ୍ୟାନ୍ୟ କଳା କ୍ଷେତ୍ର)
    Art (Fine art / Sculpture / Digital art / other art forms)
  • ବ୍ୟବସାୟ
    Business
  • ଅଭିନୟ / ନିର୍ଦ୍ଦେଶନା
    Cinema (Acting / Directing)
  • ଗୋଷ୍ଠୀ ସଚେତନତା / ସାମାଜିକ ଗଣମାଧ୍ୟମ ସଚେତନତା
    Community Awareness / Social Media Activism
  • ନୃତ୍ୟ (ଆଧୁନିକ / ପାରମ୍ପରିକ / କ୍ଲାସିକାଲ)
    Dance (Modern / Traditional / Classical)
  • ଶିକ୍ଷା
    Education
  • ମନୋରଂଜନ (ଫ୍ୟାଶନ୍‌ / ହାସ୍ୟ-ମନୋରଂଜନ / ମଞ୍ଚ ସଂଚାଳନ)
    Entertainment (Fashion / Stand-up comedy / Anchoring)
  • ଉଦ୍ୟୋଗ
    Entrepreneurship
  • ସ୍ବାସ୍ଥ୍ୟ (ସ୍ବାସ୍ଥ୍ୟ ସେବା / ଡାକ୍ତରୀ / ପାରମ୍ପରିକ ଚିକିତ୍ସା)
    Health (Health Service / Medical practice / Traditional Healing)
  • ଆତିଥ୍ୟ (ହୋଟେଲ / ରେସ୍ତୋରାଁ / ଫୁଡ୍‌ ହବ୍)
    Hospitality (Hotel / Restaurant / Food hub)
  • ନେତୃତ୍ବ
    Leadership (CEO / COO / Director / Company to bosses)
  • ସାହିତ୍ୟ
    Literature
  • ସଂଗୀତ
    Music
  • ରାଜନୀତି
    Politics
  • ଲୋକସେବା (ରାଜ୍ୟ ସରକାର ବା କେନ୍ଦ୍ର ସରକାର ଅଧୀନ)
    Public Service (Govt. service holders; both state and Central)
  • ସାମ୍ବାଦିକତା
    Journalism
  • ବିଜ୍ଞାନ ଓ ସୃଜନ
    Science & Innovation
  • ଦକ୍ଷତା ବିକାଶ
    Skill Development
  • ସାମାଜିକ ସେବା
    Social Service
  • କ୍ରୀଡ଼ା
    Sports

ମନୋନୟନ ପ୍ରକ୍ରିୟା

ଓଡ଼ିଶାରେ ରହୁଥିବା ଯେ କୌଣସି ବ୍ୟକ୍ତି ଅଥବା ଓଡ଼ିଶା ବାହାରେ ରହୁଥିବା ବ୍ୟକ୍ତି ଯାହାର ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ସମ୍ମାନ ପାଇଁ ମନୋନୟନ ତାଲିକାରେ ସାମିଲ ହେବା ନିମନ୍ତେ ଯୋଗ୍ୟ। ସମ୍ଭାବ୍ୟ ସମ୍ମାନ ପ୍ରାପକ ନିଜେ ଅଥବା ତାଙ୍କ ପାଇଁ ଯେ କେହି ବ୍ୟକ୍ତି ବା ଅନୁଷ୍ଠାନ ନିମ୍ନରେ ଦିଆଯାଇଥିବା ମନୋନୟନ ପତ୍ର ପୂରଣ କରି ସମ୍ମାନ ନିମନ୍ତେ ଆବେଦନ କରିପାରିବେ। ତଳେ ଦିଆଯାଇଥିବା ମେଲ ଆଇଡିରେ ସେପ୍ଟେମ୍ବର ୧୫, ୨୦୧୯ ରବିବାର ଭିତରେ ମନୋନୟନ ପତ୍ର ପହଞ୍ଚିବା ଆବଶ୍ୟକ। ମନୋନୟନ ପତ୍ର ଡାକ ବା କୋରିଅର୍‌ ଯୋଗେ ନିମ୍ନ ପ୍ରଦତ୍ତ ଠିକଣାରେ ମଧ୍ୟ ପଠାଇହେବ।

ଚୟନ ପ୍ରକ୍ରିୟା

ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଆବାହକତ୍ବରେ ଏକ ବିଚାରକ ମଣ୍ଡଳୀ ପ୍ରାପ୍ତ ମନୋନୟନ ପତ୍ରସବୁକୁ ନିରୀକ୍ଷଣ କରି ଚୂଡ଼ାନ୍ତ ସମ୍ମାନ ପ୍ରାପକ ତାଲିକା ଘୋଷଣା କରିବେ।

ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ବରର ଏକ ପରିଚିତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମାନ ସମାରୋହରେ ପ୍ରାପକଙ୍କୁ ଗୋଟିଏ ସମ୍ମାନ ଫଳକ, ସ୍ମରକୀ ଓ ଗୀତ ଗୋବିନ୍ଦ ଖଣ୍ଡୁଆ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସମ୍ମାନ ପ୍ରାପକଙ୍କ ବାବଦରେ ଉଲ୍ଲେଖ ଥାଇ ଏକ ସ୍ମରଣିକା ମଧ୍ୟ ଏ ଅବସରରେ ପ୍ରକାଶ ପାଇବ। ପ୍ରାପକମାନଙ୍କ ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ କରାଯିବା ସହ ଓଡ଼ିଆ ମିଡିଆର ନିଜସ୍ବ ଖବର ପୋର୍ଟାଲ ରେ ମଧ୍ୟ ସମସ୍ତ ପ୍ରାପକଙ୍କ ବାବଦରେ ଭିନ୍ନ ଭିନ୍ନ ଆଲେଖ ପ୍ରକାଶ ପାଇବ।

ଓଡ଼ିଆ ମିଡିଆ ବର୍ଷ ବ୍ୟାପୀ ବିଭିନ୍ନ ରାଜ୍ୟସ୍ତରୀୟ ଓ ଜାତୀୟ ଉତ୍ସବ ଆୟୋଜନ କରିଥାଏ। ସେସବୁ ମଧ୍ୟରେ ରହିଛି- ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ଉତ୍କର୍ଷ ସମ୍ମାନ, ଭୁବନେଶ୍ବର ସାହିତ୍ୟ ଉତ୍ସବ, କୋରାପୁଟ ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଶିକ୍ଷା ସମ୍ମାନ, ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ। ଓଡ଼ିଆ ମିଡିଆର ପ୍ରକାଶନ ବିଭାଗ ‘ପେନ୍‌ ଇନ୍‌ ବୁକ୍ସ’ ରାଜ୍ୟର ଏକ ଜଣାଶୁଣା ପ୍ରକାଶନ ସଂସ୍ଥା ଯାହା ୨୦୦୬ ମସିହା ଠାରୁ ପୁସ୍ତକ ପ୍ରକାଶ କରି ଆସୁଛି।

ଯୋଗାଯୋଗ

ଉତ୍ସବ ବାବଦରେ ଅଧିକ ଜାଣିବା ପାଇଁ ଓଡ଼ିଆ ମିଡିଆର ଗଣମାଧ୍ୟମ ପ୍ରତିନିଧି ତଥା ଓଡ଼ିଶା ଯୁବ ସମ୍ମାନ ୨୦୧୯ ସଂଯୋଜକ ମଙ୍ଗୁଳି ଚରଣ ପ୍ରଧାନ (ମିଲନ)ଙ୍କୁ [email protected] କିମ୍ବା ୯୪୩୮୪୦୭୯୪୮ରେ ଯୋଗାଯୋଗ କରିପାରିବେ।

ଏହି ମେଲ୍‌ରେ ନୋମିନେସନ୍‌ ଫର୍ମ ପଠାନ୍ତୁ
[email protected]

କିମ୍ବା ଏହି ଠିକଣାରେ ପଠାନ୍ତୁ

Odisha Youth Award 2019
Odia Media Private Limited
N-6/277, IRC Village
Bhubaneswar-751015
Ph.: 0674-2360203

ମନୋନୟନ ପତ୍ର ଏଇଠି ଡାଉନ୍‌ଲୋଡ୍‌ କରନ୍ତୁ

Award-Nomination-Form 2019 (docs file)

Award-Nomination-Form 2019 (PDF)

Like the Facebook page www.facebook.com/OdishaYouthAward

Comments are closed.