Odisha Link
Bridging the Missing Links in Odisha

ଏକାଠି ଜଳିଲା ଜୁଇ: ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ସ୍ତ୍ରୀ

ନୟାଗଡ଼: ଜୀବନ ମରଣ ମଣିଷ ଜୀବନରେ କେତେବେଳେ ଆସିବ ତାହା କେବଳ ସମୟକୁ ଜଣା। ଏକା ଦିନରେ ଦୁନିଆ ଛାଡିଲେ ସାତ ଜନ୍ମର ସାଥି। ଏଥି ସହ ଗୋଟିଏ ଜୁଇରେ ସାତ ଜନମର ସାଥି । ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ବାଉଁଶିଆପଡା ଗ୍ରାମରେ ଦେଖିବାକୁ ମିଳିଛି।

କେହି କେହି ଏହାକୁ କାହିଁ କେଉଁ ଜନମର ପୁଣ୍ୟ ବୋଲି କହୁଥିବା ବେଳେ ପରିବାର ପାଇଁ ଏହା ଏକ ଦୁଃଖଦ ଘଟଣା । ବେଦୀରୁ ଜୁଇ ପର୍ଯ୍ୟନ୍ତ ସାଥି ହୋଇ ଚାଲିବାର ଏକ ବିରଳ ଘଟଣା ଦେଖିବାକୁ ମିଳିଛି ବାଉଁଶିଆପଡା ଗ୍ରାମରେ।

ବୟସ ର ଅପରାହ୍ନରେ ବୃଦ୍ଧ ଦମ୍ପତିଙ୍କ ଏକା ଦିନରେ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି । କେହି କେହି ଏହା ଭାଗ୍ୟର ବିଡମ୍ବନା କହୁଥିବା ବେଳେ ପରିବାର ପାଇଁ ମାଡି ପଡିଛି ଦୁଃଖର ପାହାଡ଼ । ନା ସ୍ତ୍ରୀ ହେଲା ବିଧାବା ନା ସ୍ୱାମୀ ହେଲା ମୃତଦାର । ସତେ ଯେମିତି ଆର ଜନ୍ମ ପାଇଁ ସାଥି ହୋଇ ରହିବାକୁ ସାଙ୍ଗ ହୋଇ ଗୋଟିଏ ଜୁଇରେ ଜଳି ଯାଇଛନ୍ତି ଏହି ଦମ୍ପତି।

ବାଉଁଶିଆପଡାର ୮୦ ବର୍ଷୀୟ ବୟସ୍କ ଅଇଁଠା ନାୟକଙ୍କ ର ଆଜି ନିଜ ଘରେ ବୟସାଧିକ କାରଣରୁ ମୃତ୍ୟୁ ହୋଇଥିଲା । ସେପଟେ ୭୨ ବର୍ଷୀୟା ପତ୍ନୀ ସୁକୁରୀ ନାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇଥିଲେ ।

ସେଠାରେ ସେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଘରକୁ ଆସିଥିଲେ ।ଏବଂ ସ୍ୱାମୀଙ୍କ ଶବ ଦେଖି ଶବ ଉପରେ ଟଳି ପଡ଼ିଥିଲେ । ଉଭୟ ଙ୍କୁ ଗୋଟିଏ ଜୁଇ ରେ ଏକା ସାଙ୍ଗରେ ଶବ ଦାହ କରା ଯାଇଥିବା ବେଳେ ଉଭୟଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।

Comments are closed.