Odisha Link
Bridging the Missing Links in Odisha

ମାଙ୍ଗାଲୋରରେ ଦୁର୍ଘଟଣା, କଟକ ଝିଅ ମୃତ

କଟକ: ଜଣେ ଓଡ଼ିଆ ଝିଅ ମାଙ୍ଗାଲୋର ଠାରେ ସଡ଼କ ଦୁର୍ଘଟଣାରେ ଗତକାଲି ପ୍ରାଣ ହରାଇଛନ୍ତି। ତାଙ୍କ ନାମ ଅପର୍ଣ୍ଣା ମହାପାତ୍ର ଓ ସେ କଟକ ସହର ପିଠାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ୨୩ ବର୍ଷିୟା ଅପର୍ଣ୍ଣା ଜଣାଶୁଣା କବି ଓ ଡାକ୍ତର ଅମିୟ ରଂଜନ ମହାପାତ୍ରଙ୍କର ଏକମାତ୍ର କନ୍ୟା। ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ କଟକରେ ଶୋକର ଛାୟା ଖେଳିଯାଇଛି।

ପିଲୁ ମୋଦୀ କଲେଜ ଅଫ୍‌ ଆର୍କିଟେକ୍ଚରରୁ ନିର୍ମାଣ ସ୍ଥାପତ୍ୟ ପାଠ ସମାପ୍ତ ପରେ ଅଳ୍ପଦିନ ତଳେ ଅପର୍ଣ୍ଣା ବାଙ୍ଗାଲୋର ଯାଇଥିଲେ। ସେଠାରେ ଜେଏସ୍‌କେଏମ୍‌ ଇଂଜିନିୟରିଂ କନ୍ସୁଲ୍‌ଟାଣ୍ଟରେ କନିଷ୍ଠ ଆର୍କିଟେକ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସେ ବୃତ୍ତିଗତ କାର୍ଯ୍ୟ ସାରି ମାଙ୍ଗାଲୋରରୁ ଫେରୁଥିବା ବେଳେ ତାଙ୍କ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା। ଘଟଣା ସ୍ଥଳରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିଲା।

ଝିଅର ଅକାଳ ମୃତ୍ୟୁ ଖବର ପାଇ ଅମିୟ ରଂଜନ ମହାପାତ୍ର ସପରିବାର ମାଙ୍ଗାଲୋର ଯାତ୍ରା କରିଛନ୍ତି। ସାହିତ୍ୟ ଜଗତରେ ଜଣାଶୁଣା ଅମିୟଙ୍କ ଏ ଦୁଃସମୟରେ ବିଭିନ୍ନ ଆଡ଼ୁ ସମବେଦନାର ସୁଅ ଛୁଟିଛି।

Comments are closed.