Odisha Link
Bridging the Missing Links in Odisha

ପରଲୋକରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଦିଲ୍ଲୀସ୍ଥିତ ବାସଭବନରେ ରାମ ଜେଠମଲାନୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ରାମ ଜେଠମଲାନୀ ସୁପ୍ରିମକୋର୍ଟର ଜଣେ ଟାଣୁଆ ଓକିଲ ସହ ଆଗଧାଡ଼ିର ରାଜନେତା ଥିଲେ। ସେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଥିଲେ। ସେ ଇନ୍ଦିରା ଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହେଟ୍ଟା କେସ୍‌ ପରି ବହୁ ଗୁରୁତ୍ୱପୂର୍ଣ୍ଣ କେସ୍‌ ଲଢ଼ିଥିଲେ।

ବର୍ତ୍ତମାନ ପାକିସ୍ତାନ ଅଧୀନରେ ଥିବା ସିନ୍ଦ୍‌ରେ ୧୯୨୩ ମସିହା ସେପ୍ଟେମ୍ବର ୧୪ରେ ରାମ୍‌ ଜେଠମଲାନୀ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ଏଲଏଲବି ଡିଗ୍ରୀ ହାସଲ କରି ପାରିଥିବା ଏହି ନେତା ନିଜ ହୋମ୍‌ ଟାଉନରେ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ। ଯାହାକି ଏବେ ପାକିସ୍ତାନ ଅଧୀନରେ ଅଛି। ଦେଶ ବିଭାଜନ ହେବା ପରେ ସେ ଭାରତ ଚାଲି ଆସିଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟରେ ସେ ସବୁଠୁ ଅଧିକ ଫିସ୍‌ ନେଉଥିବା ଓକିଲ ଭାବେ ଜଣାଶୁଣା ଥିଲେ।

ସେ ବିଜେପି ଟିକେଟରୁ ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ। ଏହାପରେ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ଅର୍ବାନ ଡେଭଲପମେଣ୍ଟ ମନ୍ତ୍ରୀ ଥିଲେ। ଏଥିସହ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ମଧ୍ୟ ସେ ଚେୟାରମ୍ୟାନ ଥିଲେ।

Comments are closed.