Odisha Link
Bridging the Missing Links in Odisha

ମୋଦିଙ୍କ ଦ୍ବିତୀୟ ଇନିଂସର ୧୦୦ ଦିନର ସଫଳତା ବଖାଣିଲା ବିଜେପି

ଭୁବନେଶ୍ୱର: କିଛିଦିନ ତଳେ ପୂରଣ ହୋଇଛି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ୧୦୦ ଦିନ। ଏନେଇ କେନ୍ଦ୍ର ସରକାରଙ୍କ ସଫଳତା ପ୍ରଚାର କରୁଛି ବିଜେପି। ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମଣ୍ଡଭିୟେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ କହିଛନ୍ତି। ଏହି ଅବସରରେ ଶହେ ଦିନରେ ଓଡ଼ିଶାକୁ ୧୬ ହଜାର ୬୦୫ କୋଟି ମିଳିଥିବା ସେ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଫାନି କ୍ଷତିଭରଣା ପାଇଁ ୩ ଦଫାରେ ମୋଟ ୪୬୭୮ କୋଟି ଟଙ୍କା ଓଡ଼ିଶାକୁ ଦିଆଯାଇଛି।

କାମ୍ପା ଫଣ୍ଡରୁ ଓଡ଼ିଶାକୁ ସର୍ବାଧିକ ୫୯୩୩ କୋଟି ଟଙ୍କା ଦିଆଯାଉଛି। ପୂର୍ବଥର ୨ ଜଣ ମନ୍ତ୍ରୀଙ୍କୁ ୨ ବିଭାଗ ଦିଆଯାଇଥିବାବେଳେ ଏବେ ୪ ବିଭାଗ ଦିଆଯାଇଛି। ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଛି। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମଣ୍ଡଭିୟେ କହିଛନ୍ତି।

ଏହି ଅବସରରେ ମଣ୍ଡଭିୟେ ୨ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ଓ ବାତ୍ୟାପ୍ରବଣ ଉପକୂଳରେ ବାତ୍ୟାନିରୋଧୀ ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ମଣ୍ଡଭିୟେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ଦେଶର ସର୍ବାଙ୍ଗୀନ ଉନ୍ନତିରେ ମୋଦି ସରକାରଙ୍କ ବିଶେଷ ଅବଦାନ ରହିଛି। ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ନୂଆ ଇତିହାସ ସୃଷ୍ଟି କରିଛୁ। ସେହିପରି ପ୍ରତିରକ୍ଷା, ଦୂରସଞ୍ଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିଛୁ ବୋଲି ମଣ୍ଡଭିୟେ।

Comments are closed.