Odisha Link
Bridging the Missing Links in Odisha

ବାଇକ୍ ଉପରେ ଚଢ଼ିଗଲା ଦ୍ରୁତଗାମୀ ବସ୍

ଢ଼େଙ୍କାନାଳ: ଢ଼େଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଏକ ଦ୍ରୁତଗାମୀ ବସ୍ ବାଇକ୍ ଉପରେ ଚଢ଼ିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି କୁଞ୍ଜକାନ୍ତ ଅନ୍ତର୍ଗତ ଚଣ୍ଡିଆ ସାହିର କେଶବ ଦେହୁରୀ। ଆଜି ଢ଼େଙ୍କାନାଳରେ ଗଣେଶ ମେଢ଼ ବିସର୍ଜନ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ କଟକରୁ ଅନୁଗୁଳ ଯାଉଥିବା ତରଙ୍ଗିଣୀ ବସ୍ ବାଇକରେ ଆସୁଥିବା କେଶବଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ବସଟିକୁ ଭଙ୍ଗାରୁଜା କରିଛନ୍ତି। ଡ୍ରାଇଭର ଓ ବସର କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ଢ଼େଙ୍କାନାଳ ମୁଖ୍ୟରାସ୍ତାକୁ ଅବରୋଧ କରି ରଖିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରୁଛି।

Comments are closed.