Odisha Link
Bridging the Missing Links in Odisha

ମୋଦି ସରକାରଙ୍କ ଶହେ ଦିନର କାର୍ଯ୍ୟକଳାପକୁ ଏପରି କହିଲା କଂଗ୍ରେସ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ବିଜେପି ମୋଦି ସରକାରଙ୍କ ଦ୍ବିତୀୟ ଇନିଂସର ୧୦୦ ଦିନର ସଫଳତା କଥା ପ୍ରଚାର କରିଛି।ବିଜେପି ନେତା ତଥା କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନ୍‌ସୁଖ୍ ମଣ୍ଡଭିୟା ୧୦୦ ଦିନର ସଫଳତା ମନ୍ତ୍ର କହିଛନ୍ତି। ଅପରପକ୍ଷେ ମୋଦି ସରକାରଙ୍କ ଶହେ ଦିନର କାର୍ଯ୍ୟକଳାପକୁ ବିଫଳ ବୋଲି କହିଛି କଂଗ୍ରେସ। ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାରେ କେନ୍ଦ୍ର ବିଫଳ ହୋଇଛି।

ମନମୋହନ ସିଂହଙ୍କ ସରକାରରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଥିଲା। କିନ୍ତୁ ଦେଶର ଅର୍ଥନୀତି ବିଗିଡ଼ି ନ ଥିଲା। ହେଲେ ଏବେ ଦେଶର ଜିଡିପି ୧୦ରୁ ୫ ପ୍ରତିଶତକୁ ଖସି ଆସିଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋଦି ଦେଶକୁ ବୁଡ଼ାଇଛନ୍ତି। ନିଜର ଆତ୍ମରକ୍ଷା କରିବାକୁ ଏପରି କାର୍ଯ୍ୟକ୍ରମ କରୁଛନ୍ତି।

Comments are closed.