Odisha Link
Bridging the Missing Links in Odisha

ଶିଶୁପୁତ୍ରକୁ ହତ୍ୟା କରି ବାପା ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ଏକ ମାସର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ୩୦ ତାରିଖରେ ନିଶାସକ୍ତ ଅବସ୍ଥାରେ ନିଜ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ପୋତି ଦେଇଥିଲା। ଏନେଇ ମୃତ ପୁଅର ମାଆ ଅଭିଯୋଗ କରିବା ପୁଲିସ ପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ଗିରଫ ହେବା ପରେ ଆଜି ମୃତଦେହ ପୋତାଯାଇଥିବା ସ୍ଥାନ ଖୋଳା ଯିବ ବୋଲି ଜଣାପଡ଼ିଛି।

Comments are closed.