Sun. Sep 15th, 2019

Odisha Link

bridging the missing links in odisha

୨୦୦୭ ମସିହା ପରଠାରୁ ନାଲି ଫିତା ତଳେ ୧,୬୯୬ ମାମଲା

  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସଆଇଙ୍କୁ ଦିଆଯାଉଥିବା ବେଳେ ବଳତ୍କାର ଓ ଅନ୍ୟ ମାମଲାଗୁଡ଼ିକର ତଦନ୍ତ ଭାର ଏସଆଇ ନେଇଥାନ୍ତି। କିନ୍ତୁ ଅତି ସମ୍ବେଦନଶୀଳ ମାମଲା ଯଥା ହତ୍ୟା ଓ ବ୍ୟାଙ୍କ୍‌ ଡକାୟତି ଭଳି ବଡ଼ ବଡ଼ ମାମଲା ଆଇଆଇସି ନିଜେ ତଦନ୍ତ କରିଥାନ୍ତି। ଏପରିକି ଥାନାକୁ ଆସୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଅଭିଯୋଗର ତଦନ୍ତ ଭାର ଏସିପି ନେବାକୁ ବାଧ୍ୟ। ପୂର୍ବତନ ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏସପି ଓ ଡିସିପିଙ୍କ ଏକ ସର୍କ୍ୟୁଲାର ଜାରି କରିଥିଲେ, ଯେଉଁଥିରେ ଜଣେ ଆଇଆଇସି ମାସକୁ ୩ଟି ମାମଲା ନେବାକୁ ବାଧ୍ୟ। କିନ୍ତୁ ଏବେ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି ଯେ, ବହୁ ଜୋନ୍‌ ଏସିପି ଏବଂ ଆଇଆଇସିଙ୍କ ଦ୍ବାରା ଏକାଧିକ ମାମଲା ପଡ଼ିରହିଛି। ଏପରି କି ସେମାନଙ୍କ ମଧ୍ୟରୁ କେତେଜଣ ରାଜଧାନୀରୁ ଅନ୍ୟତ୍ର ବଦଳି ହୋଇ ଚାଲିଗଲେଣି। ସେମାନଙ୍କ ମାମଲା ଏବେ ଆଇଆଇସି ଓ ଏସିପିଙ୍କ ନାମରେ ଗଡୁଛି, ଯେଉମାନେ କି ପ୍ରାୟତଃ ପୁରୁଣା ମାମଲାଗୁଡ଼ିକର ତଦନ୍ତ ପ୍ରତି ଆଗ୍ରହ ଦେଖାଉନାହାନ୍ତି।

ମାନବିକ ଅଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ କହିଛନ୍ତି ଯେ, କେତେଦିନ ଭିତରେ ମାମଲା ତଦନ୍ତ କରି କୋର୍ଟକୁ ଚାର୍ଜଶିଟ୍‌ ଦେବେ ସେମାନଙ୍କ ପାଇଁ କିଛି ଗାଇଡଲାଇନ୍‌ ନାହିଁ, ଯାଦ୍ଦ୍ବାରା ସେମାନେ ମାସ ମାସ ଧରି ମାମଲା ପକାଇ ରଖୁଛନ୍ତି। ଫଳରେ ସେମାନେ ବଦଳି ହେବାପରେ ମାମଲା ପଡ଼ିରହୁଛି। ଅଭିଯୋଗକାରୀ ନ୍ୟାୟ ପାଇପାରୁନାହାନ୍ତି।

ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି ଯେ, ଏସିପି ଏବଂ ଆଇଆଇସି ବହୁ ଗୁରତ୍ବପୂର୍ଣ୍ଣ ମାମଲା ନେଉଛନ୍ତି। କିନ୍ତୁ ସେମାନେ ଅଭିଯୁକ୍ତ ଗରିଫ ନ କରି ଆଇନଶୃଙ୍ଖଳା ବ୍ୟସ୍ତତା ଦେଖାଇ ମାମଲାକୁ ଚାପି ରଖୁଛି। ଫଳରେ ସେମାନଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହେଲେ ମଧ୍ୟ ମାମଲା ଥାନା ଏସିପି ଓ ଆଇଆଇସି ନାମରେ ଗଡୁଛି।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏସିପି ଓ ଆଇଆଇସିଙ୍କ ଉପରେ ଚାପ ଦେବାଟା ଠିକ୍‌ ନୁହେଁ। ଗ୍ରାମାଞ୍ଚଳ ପୋଲିସକୁ ମାସକୁ ନିର୍ଦ୍ଦିଷ୍ଟ ମାମଲାର ଚାପ ଦେଲେ ଚଳିବ। କିନ୍ତୁ କଟକ ଓ ଭୁବନେଶ୍ବରରେ ଏଭଳି କରିହେବ ନାହିଁ। କାରଣ ଏଠାରେ ଆଇନ ଶୃଙ୍ଖଳା ଦାୟିତ୍ବ ରହୁଥିବାରୁ ମାମଲା ଫଇସାଲା କରିବା ସମସ୍ୟା ହେଉଛି। ପଡ଼ି ରହିଥିବା ମାମଲାର ସମାଧାନ କରିବାକୁ ଅଧିକାରୀଙ୍କୁ କୁହାଯିବ।