Odisha Link
Bridging the Missing Links in Odisha

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: କମିଶନରେଟ୍ ପୁଲିସ ଆଜି ଜଣେ କୁଖ୍ୟାତ ବ୍ରାଉନସୁଗାର ଡ଼ିଲରକୁ ଗିରଫ କରିଛି। ସେ ବିଭିନ୍ନ ଏଜେଣ୍ଟମାନଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲା। ଏହି ଏଜେଣ୍ଟମାନଙ୍କ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ପଠାଯାଉଥିଲା। ଅଭିଯିକ୍ତ ନିକଟରୁ ୨୫୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୁଲିସ। ଏହାର ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Comments are closed.