Odisha Link
Bridging the Missing Links in Odisha

ଭାରତର ଆଶ୍ରୟ ଲୋଡିଲେ ଇମ୍ରାନ ଖାନଙ୍କ ସହଯୋଗୀ

ନୂଆଦିଲ୍ଲୀ: ପାକିସ୍ତାନରେ କେହି ସୁରକ୍ଷିତ ନାହାନ୍ତି। ହିନ୍ଦୁ ଓ ଶିଖ୍‌ ଅବସ୍ଥା ସୋଚନୀୟ ହୋଇପଡ଼ିଛି। ସେଠାରେ ସେମାନେ ବହୁତ ନିର୍ଯାତିତ ହେଉଛନ୍ତି। ବହୁ କଷ୍ଟରେ ସେଠାରେ ସମସ୍ତେ ରହୁଛନ୍ତି। ଏମିତିକି ମୁସଲମାନମାନେ ମଧ୍ୟ ସେଠାରେ ସୁରକ୍ଷିତ ନାହାନ୍ତି ବୋଲି କହିଛନ୍ତି ପାକିସ୍ତାନ ନେତା ବଲଦେବ କୁମାର। ନୂଆ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି ଇମ୍ରାନଙ୍କ ସହଯୋଗୀ। ଇମ୍ରାନଙ୍କ ନିଜ ଦଳର ନେତା ବଳଦେବ କୁମାର ଖୋଲିଛନ୍ତି ପାକିସ୍ତାନର ଅସଲ ମୁଖା।

ହିନ୍ଦୁ ଓ ଶିଖ୍‌ଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରିବାକୁ ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି ବଳଦେବ। ଯାହା ଫଳରେ ସେମାନେ ଭାରତକୁ ଆସି ବସବାସ କରିପାରିବେ ବୋଲି ବଳଦେବ କହିଛନ୍ତି। ପଞ୍ଜାବ ଆସିଥିବା ଅବସରରେ ବଳଦେବ କୁମାର ଏହି ଅନୁରୋଧ କରିଛନ୍ତି। ନିଜେ ମଧ୍ୟ ଭାରତ ସରକାରଙ୍କୁ ରାଜନୈତିକ ଆଶ୍ରୟ ପାଇଁ ସେ ଅନୁରୋଧ କରିଛନ୍ତି। ବଳଦେବ କୁମାର ଆଗରୁ ଇମ୍ରାନ ଖାନଙ୍କ ପାର୍ଟି ତେହରିକ-ଇ-ଇନସାଫ୍‌ର ବିଧାୟକ ଥିଲେ। ଗତକାଲି ପାକିସ୍ତାନର ନିର୍ଯାତନା ବିରୋଧରେ ତାତିଥିଲେ ପିଓକେର ଲୋକେ। ଏକ ବିଶାଳ ଶୋଭାଯାତ୍ରା କରି ପାକିସ୍ତାନ ବିରୋଧରେ ବିକ୍ଷୋଭ କରିଥିଲେ।

Comments are closed.