Odisha Link
Bridging the Missing Links in Odisha

ଜୋରିମାନା ନେଲେ, ହେଲମେଟ୍‌ ଦେଲେ

ଭୁବନେଶ୍ବର : ବଦଳିଲା ଟ୍ରାଫିକ ପୁଲିସର ତରିକା। ଜୋରିମାନା ବଦଳରେ ନୂଆ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଯାଉଛି। ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କାର ଫାଇନ୍ ନିଆଯାଇ, ତାଙ୍କୁ ହେଲମେଟ୍ ଦିଆଯାଉଛି। ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ରାଜମହଲରେ ଛକରେ ପୁଲିସ -ପବ୍ଲିକ ଧସ୍ତାଧସ୍ତି ପରେ ଏବେ ଏହି ନୂଆ ତରିକା ଆପଣାଇଛି ଟ୍ରାଫିକ ପୁଲିସ। ସେହିପରି କଟକରେ ମଧ୍ୟ ଚକଲେଟ ଓ ଗୋଲାଫ ଫୁଲ ଦେଇ ଲୋକଙ୍କୁ ଟ୍ରାଫିକ ନିୟମ ନେଇ କରାଯାଉଛି ସଚେତନ। ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି।
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜୋରିମାନା ଆଦାୟ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ରଣକ୍ଷେତ୍ର ସୃଷ୍ଟି ହୋଇଥିଲା। ଲୋକମାନେ ସରକାରୀ ଗାଡିକୁ ଅଟକାଇ କାଗଜ ପତ୍ର ମାଗିବାରୁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ ଟ୍ରାଫିକ ନିୟମକୁ କୋହଳ କରିଛନ୍ତି। ୩ ମାସ ଭିତରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଚକଲେଟ ଓ ଫୁଲ ଦେଇ ଏବେ ଲୋକଙ୍କୁ ସଚେତନ କରାଯାଉଛି ।

Comments are closed.