Odisha Link
Bridging the Missing Links in Odisha

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ଗୁରୁଦ୍ବାରରେ ମଦ୍ୟପ ସ୍ବାମୀର ଉନ୍ନତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାକୁ ନେଇ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ପାଖରେ ଏକ ସିମେଣ୍ଟ ଦୋକାନ ଆଗରେ ପକାଇ ଦେଇ ଚାଲିଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗୁରୁଦ୍ବାର ଅଞ୍ଚଳର ମୁନା ବେହେରା ତାର ସ୍ତ୍ରୀ ଗୀତା ଦେହୁରୀଙ୍କୁ ପଥରରେ ଛେଚି ହତ୍ୟା କରିଛି। ବିଳମ୍ବିତ ରାତିରେ ମଦ ପିଇ ଆସିଥିବାବେଳେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ମୁନା ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ପଥର ସାହାଯ୍ୟରେ ଗୀତାର ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୁନାକୁ ଗିରଫ କରିଛି। କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ଡ ଘଟିଲା ତାର ତଦନ୍ତ ମଧ୍ୟ ଚଳାଇଛି ପୋଲିସ।

Comments are closed.