Odisha Link
Bridging the Missing Links in Odisha

‘କୋକଲି-ଫିସ୍ ଆଉଟ ଅଫ ୱାଟର ‘କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। କ୍ଷୁଦ୍ର ଚଳଚ୍ଚିତ୍ର ‘କୋକଲି-ଫିସ୍ ଆଉଟ ଅଫ ୱାଟର ‘କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଏହି ସିନେମାର ନିର୍ମାତା ସ୍ନେହାଶିଷ ଦାସ ଏବଂ ପ୍ରଶାନ୍ତ ନାଏକ ସମ୍ପାଦନା କରିଛନ୍ତି।ଏହି ସିନେମାଟି ମେକ୍ସିକୋର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଫିଚର୍ ସିନେମା ଭାବେ ପୁରସ୍କୃତ ହୋଇଛି।

 

ଏହି ସିନେମାର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। କୋକଲିର ମୁଖ୍ୟ ବିଷୟବସ୍ତୁ ହେଉଛି,ଜଳବାୟୁ ପରିବର୍ତ୍ତନର କିପରି ସିଧାସଳଖ ଭାବେ ଓଡ଼ିଶାର ସମୁଦ୍ରକୂଳରେ ବାସ କରୁଥିବା ମତ୍ସ୍ୟଜୀବୀଙ୍କ ଉପରେ ପଡ଼ୁଛି ।

ଏହି ସିନେମାରେ କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ବହୁତ ଉଚ୍ଚକୋଟୀର ହୋଇଛି। ଗାର୍ଗୀ ମହାନ୍ତିଙ୍କ ଚମତ୍କାର ଅଭିନୟ ସହିତ ଲିଙ୍କନ ପଟ୍ଟନାୟକ, ଧରିତ୍ରୀ ଖଣ୍ଡୁଆଳ,ଭାସ୍ୱତୀ ବସୁ, ଓ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇଛି।

 

Comments are closed.