Odisha Link
Bridging the Missing Links in Odisha

ମାରିଦେଲା ମାଙ୍କଡ଼

ବାରଙ୍ଗ: ନନ୍ଦନକାନନ ଥାନା ଅନ୍ତର୍ଗତ ଖଇରାପୋଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହନୁ ମାଙ୍କଡ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ହରସ ମହାନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ନଦୀ ବନ୍ଧରେ ଫୁଲ ତୋଳୁ ଥିବା ସମୟରେ ଏକ ଉତ୍ପାତିଆ ହନୁ ତାଙ୍କ ଉପରକୁ ଡେଇଁ ପଡି ଥିଲା। ଫଳରେ ବୃଦ୍ଧା ଘଟଣାସ୍ଥଳରେ ଟଳିପଡିଥିଲେ। ପଥରରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧା ହରସ ମହାନ୍ତିଙ୍କ ମୃତ୍ୟୁ ହୋଇଛି। ନିକଟସ୍ଥ ଗଣ୍ଡରପୁର ଓ ଖଇରା ପୋଡା ଗାଁରେ ଗୋଟିଏ ହନୁ ମାଙ୍କଡ ଗତ କିଛି ଦିନ ହେଲା ଉତ୍ପାତ ହେଉଥିଲା। ହନୁ ଆକ୍ରମଣରେ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି। ବନବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ କେହି ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ।

Comments are closed.