Odisha Link
Bridging the Missing Links in Odisha

ବିଜେପି, ବିଜେଡିକୁ ଟକ୍କର ଦେବ କଂଗ୍ରେସର ‘ପ୍ରେରକ’

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଦେଶ ଆଉ ରାଜ୍ୟରେ ଶୋଚନୀୟ ପରାଜୟ ବରଣ କରିଥିଲା କଂଗ୍ରେସ। ଏସବୁକୁ ନଜରରେ ରଖି କଂଗ୍ରେସ ଆପଣେଇବାକୁ ଯାଉଛି ନୂଆ ରଣନୀତି। ବିଜେପି ଓ ବିଜେଡି ସହ ମୁକାବିଲା କରିବା ପାଇଁ କଂଗ୍ରେସ ଗଠନ କରିବ ସ୍ୱତନ୍ତ୍ର କ୍ୟାଡର। ଯୁବପିଢିଙ୍କୁ ନେଇ ଗଠିତ ଏହି କ୍ୟାଡର ମାନଙ୍କୁ କୁହାଯିବ ପ୍ରେରକ। ସେମାନେ ତୃଣମୂଳ ସ୍ତରରୁ ଜାତୀୟ ସ୍ତର ଯାଏଁ ଲୋକଙ୍କ ପାଖକୁ ଯିବେ। ପିଲିସି, ପ୍ରୋଗ୍ରାମ, ଆଇଡୋଲୋଜି, ବିରୋଧୀଙ୍କ ବିରୋଧକୁ, ନକାରାତ୍ମକ ଟିପ୍ପଣୀଙ୍କୁ ଦୃଢ ହସ୍ତରେ ଦମନ ପାଇଁ ଗଠନ ହେବ ‘ପ୍ରେରକ’ ଟିମ୍‌। ସେମାନଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ଯାହାପାଇଁ ଦଳ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ବିଭାଗ ମଧ୍ୟ ତିଆରି କରାଯାଇଛି।

ଏହାସହ ଏହି ବିଭାଗ ଦ୍ୱାରା ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯିବ। ସେମାନେ କଂଗ୍ରେସର ଥିଙ୍କଟ୍ୟାଙ୍କ ଭଳି କାର୍ଯ୍ୟ କରିବା ସହ ହାଇକମାଣ୍ଡଙ୍କୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବେ। ଆସନ୍ତା ୧୨ ଓ ୧୩ ତାରିଖରେ ସୁପ୍ରିମୋ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ସିଡବ୍ଳୁସି ବୈଠକରେ ଏ ନେଇ ଆଲୋଚନା ହେବ। ଏହାସହ ଆସନ୍ତା ଅକ୍ଟୋବର ୨ ତଥା ୧୫୦ତମ ଗାନ୍ଧି ଜୟନ୍ତୀରୁ ଦଳ ପକ୍ଷରୁ ପ୍ରେରକ ଯୋଜନା ଆରମ୍ଭ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ଗଣମାଧ୍ୟମରେ କହିଛନ୍ତି। ଜାତୀୟ କିମ୍ବା ରାଜ୍ୟ ଠାରୁ ଏଭଳି ଟିମ୍‌ ଗଠନ ପାଇଁ ପ୍ରସ୍ତାବ ଅସି ନଥିଲା ବଂର କଂଗ୍ରେସର ସାଧାରଣ ତୃଣମୂଳର କାର୍ଯ୍ୟକର୍ତ୍ତାଙ୍କ ସୁପାରିଶରେ ଏହି ଟିମ୍‌ ଗଠନ କରାଯିବ ବୋଲି ସେ କହିଛନ୍ତି।

୨୦୧୯ ସାଧାରଣ ନିର୍ବାଚନୀ ଯୁଦ୍ଧରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ବିପର୍ଯ୍ୟୟର ସାମ୍ନା କରିବା ସହ ସବୁଠାରୁ ପଛରେ ପଡି ଯାଇଛି ଦେଶର ସର୍ବ ପୁରାତନ ଦଳ କଂଗ୍ରେସ। ହେଲେ ଏହି ପ୍ରେରକମାନଙ୍କ ମାଧ୍ୟମରେ ଦଳ ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହା ସମୟ ହିଁ କହିବ।

Comments are closed.