Odisha Link
Bridging the Missing Links in Odisha

ଗତକାଲି ସାହାସ ଦେଖାଇଥିଲେ, ଆଜି ପାଇଲେ ପୁରସ୍କାର

ଭୁବନେଶ୍ବର: ଗତକାଲି ରୋଡ ରୋମିଓଙ୍କୁ ସାବାଡ଼ କରି ଚର୍ଚ୍ଚାରେ ଥିଲେ ବେବିନା ମହାନ୍ତି। ଆଉ ଆଜି ସାହିସକତାର ପରିଚୟ ଦେଇଥିବା ପାଇଁ କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ଦୁଇ ପୁଅଙ୍କ ସାଙ୍ଗେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି ଅବସରରରେ ବେବିନା କହିଛନ୍ତି ଯେ, ଝିଅମାନେ ନିଜର ଆତ୍ମବିଶ୍ୱାସ ବଢ଼ାନ୍ତୁ। ଅନ ଦି ସ୍ପଟ୍‌ରେ ଝିଅମାନେ ମଧ୍ୟ ଲଢ଼ିପାରିବେ। ଯେତେ ରୋଡ଼ ରୋମିଓ ସାବାଡ଼ ହୋଇଯିବେ ବୋଲି ସେ କହିଛନ୍ତି। ପୁଲିସ କମିଶନର ଡ.ସୁଧାଂଶୁ କହିଛନ୍ତି ଯେ, ଆମେ ଆଗକୁ ବି ଏମିତି ସାହସିକତା ପ୍ରଦର୍ଶନ କରିପାରୁଥିବା ଝିଅଙ୍କୁ ସମ୍ମାନିତ କରିବୁ।

ସୂଚନା ଅନୁଯାୟୀ ଗତକାଲି , ଜିଜିପି କଲୋନୀ ଅଞ୍ଚଳରେ ବେବିନାଙ୍କୁ ଦୁଇ ଜଣ ଯୁବକ ପିଛା କରି ଅଶ୍ଳୀଳ କମେଣ୍ଟ କରିଥିଲେ। ଏନେଇ ଯୁବତୀ ଜଣକ ପ୍ରତିବାଦ ଜଣାଇବା ସହ ଯୁବକଙ୍କୁ କଡ଼ା ଜବାବ ଦେଇଥିଲେ। ସର୍ବ ସମ୍ମୁଖରେ ଉଠବସ୍ କରାଇବା ସହ ଯୁବକମାନଙ୍କୁ ମାଡ଼ ମାରି ଉଚିତ୍‌ ଶିକ୍ଷା ଦେଇଥିଲେ। ଏନେଇ ଯୁବତୀ ଜଣକ କହିଛନ୍ତି,“ ଗତକାଲି ଅପରାହ୍ଣ ପ୍ରାୟ ତିନିଟା ବେଳେ ମୁଁ ବମିଖାଲ କେନାଲ ଅଞ୍ଚଳକୁ ଯାଉଥିଲି। ହେଲେ ମୁଁ ଯେତେବେଳେ ଘର ବାହାରିଲି ଦୁଇ ଜଣ ଯୁବକ ଜିଜିପି କୋଲନୀରୁ ଆସି ମୋତେ ପିଛା କରିଥିଲେ। ସେମାନେ ମୋ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ତେବେ ଫାଙ୍କା ରାସ୍ତା ଦେଖି ମୋତେ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ।

Comments are closed.