Sun. Sep 15th, 2019

Odisha Link

bridging the missing links in odisha

ଗୋଡ଼ରେ ଲେଖିବାରେ ମାହିର ଦେବିକା

1 min read
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତାହାଲେ ଜୀବନରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ସେପରି ଏକ ଖବର ସାମ୍ନାକୁ ଆସିଛି। ଦେବିକା ନାମକ ଜଣେ ଯୁବତୀ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ କରିପାରିଛନ୍ତି।

ପିଲାଦିନେ ଯେତେବେଳେ ଦେବିକା ପଢିବାକୁ ବସୁଥିଲେ, ମାଆ ବାପା ତାଙ୍କ ଗୋଡ ଆଙ୍ଗୁଳି କନ୍ଦିରେ ଗୋଟେ ପେନ୍‌ସିଲ୍‌ ରଖି ଦେଉଥିଲେ। ଦିନେ ସେହି ପେନ୍‌ସିଲ୍‌କୁ ନେଇ ସେ ଦେଖୁଥିଲେ ଅନେକ ସ୍ୱପ୍ନ। ହେଲେ ସେହି ପେନ୍‌ସିଲ୍‌କୁ ଗୋଡ ସାହାଯ୍ୟରେ ଗାରେଇ ଗାରେଇ ସେ ଶବ୍ଦ ଉପରେ ତ ପ୍ରସିଦ୍ଧି ଆଣିଲେ ଏଥିସହ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବା ପଥରେ ଆଗେଇ ଚାଲିଛନ୍ତି। ଦେବିକା ଦଶମ ଶ୍ରେମୀ ପରୀକ୍ଷାରେ A+ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ହାତ ନଥାଇ ଜନ୍ମ ନେଇଥିବା ଦେବିକାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ଲୋକେ ବେଶ୍‌ ଗର୍ବିତ।

କେରଳ ମଲ୍ଲାପୁରମ୍‌ର ଦେବିକା ଭବିଷ୍ୟତରେ ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି। ଶାରୀରିକ ଅକ୍ଷମତାକୁ ମନରୁ ପୋଛି ସେ ଦେଶର ବିକାଶ ପାଇଁ ସଜବାଜ ହେଉଛନ୍ତି। ଦେବିକାଙ୍କ ବାପା ମାଆ ମଧ୍ୟ ଝିଅର ଶିକ୍ଷାଦାନ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଦେବିକା କାହା ସାହାଯ୍ୟ ବିନା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ନିଷ୍ପତ୍ତି ନେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ବୋର୍ଡ ପରୀକ୍ଷା ସମୟରେ ଯେତେବେଳେ ପରୀକ୍ଷା ପ୍ରଶ୍ନ ପତ୍ର ଲେଖିବା ପାଇଁ ଦେବିକାଙ୍କୁ ଜଣେ ପିଲାର ସାହାଯ୍ୟ ଦିଆଗଲା ସେତେବେଳେ ସେ ସାହାଯ୍ୟ ନେବାକୁ ମନା କରିଦେଇଥିଲେ।

ଏବେ ଦେବିକା ଏକାଦଶ ଶ୍ରେଣୀରେ ପଢୁଛନ୍ତି। ସେ ଜଣେ ମେଧାବୀ ଛାତ୍ରୀ ସହ ଜଣେ ଭଲ ଚିତ୍ରକର ମଧ୍ୟ। ସେ ଗୋଡ ସାହାଯ୍ୟରେ କେବଳ ଲେଖିପାରନ୍ତିନି ଚିତ୍ର ମଧ୍ୟ ଆଙ୍କି ପାରନ୍ତି। ଗୋଡ ସାହାଯ୍ୟରେ ସେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ଉଦାହରଣ ସୃଷ୍ଟି କରିଛନ୍ତି।