Odisha Link
Bridging the Missing Links in Odisha

ମେଘନାଦ ପାଚେରୀ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା

ପୁରୀ: ମେଘନାଦ ପାଚେରୀ କଡରେ ପରିସ୍ରା କରିବା ଘଟଣାକୁ ନେଇ ସଚେତନ ହେଲା ଜିଲ୍ଲା ପ୍ରଶାସନ। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ମେଘନାଦ ପାଚେରୀ କଡ଼କୁ ଆଉ ଅପରିସ୍କାର ହେବନି। ମେଘନାଦ କଡ଼ରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ। ମେଘନାଦ ପାଚେରୀର ପବିତ୍ରତା ରକ୍ଷା ଓ ମରାମତି ପାଇଁ ନିରନ୍ତର ଭାବେ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ ଟ୍ୱିଟ କରାଯାଇଛି ।
ମେଘନାଦ ପାଚେରୀ କଡ଼କୁ ପ୍ରଶାସନର କଡ଼ା ନଜର ରଖିବ। ଆଉ ମଇଳା ହେବନି ମେଘନାଦ ପାଚେରୀ କଡ଼। ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା ଆରମ୍ଭ କରାଗଲା। ତେବେ ଜିଲ୍ଲା ପ୍ରଶାସନ ସହ ଲୋକେ ମଧ୍ୟ ସଚେତନ ହେଲେ ମେଘନାଦ ପାଚେରୀ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ। ଏହା ସହିତ ମେଘନାଦ ପାଚେରୀର ବାହାର ପାର୍ଶ୍ୱରୁ ଉଛେଦ କରାଯାଇଥିବା ସ୍ଥାନରେ ଖୁବ୍ ଶୀଘ୍ର ଏଏସଆଇ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିବ। ମେଘନାଦ ପାଚେରୀ କଡରେ କିଛି ଲୋକ ପରିଶ୍ରା କରୁଥିବାର ଖବର ଗତକାଲି ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରୟା ରଖାଯାଇଛି ।
ସୂଚନାଯୋଗ୍ୟ ପୁରୀର ସୁରକ୍ଷା ଓ ମହାପ୍ରଭୁ ଜଗନ୍ନାଥ ଧାମକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରେ ଚାଲିଛି ଉଚ୍ଛେଦ କାମ। ଜଗନ୍ନାଥ ଧାମର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ହେଲେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମେଘନାଦ କଡ଼ରେ ଲୋକମାନେ ପରିସ୍ରା କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ତଥା ଓଡ଼ିଆଙ୍କ ପ୍ରାଣବିନ୍ଦୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏପରି ଅସମ୍ମାନ ପରେ ଜଗନ୍ନାଥପ୍ରେମୀ ମାନେ ବିରୋଧ କରିବା ସହ ଦୁଃଖ ପ୍ରକାଶ କରିଥିଲେ।

Comments are closed.