Odisha Link
Bridging the Missing Links in Odisha

ଦାୟିତ୍ୱ ନେଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଲେ ମାନସ ମଙ୍ଗରାଜ। ଆଜି ପୂର୍ବାହ୍ନରେ ଶ୍ରୀ ମଙ୍ଗରାଜ ରାଜ୍ୟ ସରକାରଙ୍କ ଲୋକସଂପର୍କ ନିର୍ଦ୍ଦେଶାଳୟରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। କିଛିଦିନ ଏନେଇ ମୁଖ୍ୟମନ୍ତ୍ରୀ କରିଥିଲେ ଘୋଷଣା। ପଞ୍ଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକର ପଦକ୍ଷେପ ମାନ ଗ୍ରହଣ କରୁଛି। ଆଉ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଗୁରୁ ଦାୟିତ୍ୱ ମାନସଙ୍କ ଉପରେ ନ୍ୟସ୍ତ କରିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ସାମ୍ବାଦିକଙ୍କ ସମସ୍ୟା ଓ ଗଣମଧ୍ୟମର ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେଇ କାର୍ଯ୍ୟ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। ନିର୍ବାଚନ ସମୟରେ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ମାନସ। ଗତ ୨୦୧୯ ନିର୍ବାଚନ ସମୟରେ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳର ମିଡିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ୱ ମିଳିଥିଲା।

ପୂର୍ବରୁ କେନ୍ଦ୍ର ସରକାରରେ ଗଣମାଧ୍ୟମ ଉପଦେଷ୍ଟା ନିଯୁକ୍ତି ପାଉଥିଲେ। ଓଡ଼ିଶାରେ ଏଥର ପ୍ରଥମ ଥର ପାଇଁ ସରକାର ଏଭଳି ପଦବି ସୃଷ୍ଟି କରିଛନ୍ତି ଓ ଶ୍ରୀ ମଙ୍ଗରାଜ ପ୍ରଥମ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଲୋକାଭିମୁଖୀ ହେବ, ଗଣମାଧ୍ୟମର ବିକାଶ ଆଦି ସଂପର୍କରେ ସେ ପରାମର୍ଶ ଦେବେ।

Comments are closed.