Odisha Link
Bridging the Missing Links in Odisha

ବାଲୁଗାଁ ଓ ନିରାକାରପୁର ଅଞ୍ଚଳକୁ ଅଚାନକ ଗସ୍ତ କଲେ ଅରୁଣ ସାହୁ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ବାଲୁଗାଁସ୍ଥିତ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଅଚାନକ ଗସ୍ତ କରିଥିଲେ। ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ। ପରେ କାର୍ଯ୍ୟାଳୟ ବୁଲି ଦେଖିବା ସହିତ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଗସ୍ତ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟନୂଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଡ. ସାହୁ କହିଥିଲେ।

ଏଥି ସହିତ ମନ୍ତ୍ରୀ ଡ. ସାହୁ ଅପରାହ୍ନରେ ନିରାକାର ପୁରସ୍ଥିତ କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗ୍ଲୋବେଦିକ ଡିଗ୍ରୀ ମହାବିଦ୍ୟାଳୟ ଅଚାନକ ଗସ୍ତ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରାୟ ଦେଢ଼ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ମନ୍ତ୍ରୀ କଲେଜ ଓ ଶ୍ରେଣୀଗୃହ ବୁଲି ଦେଖିଥିଲେ ।ଏହି ସମୟରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ବହୁଳ ଉ ପସ୍ଥାନ ଦେଖି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ତେବେ ମହାବିଦ୍ୟାଳୟ ପରିସର ଓ ପରିବେଶ ସଫାସୁତୁରା ନଥିବାରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହିତ ଆସନ୍ତା ୩ ମାସ ମଧ୍ୟରେ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରି ମହାବିଦ୍ୟାଳୟ ରୂ ପରେଖ ବଦଳାଇବା ପାଇଁ ଅଧ୍ୟକ୍ଷଙ୍କୁ ତାଗିଦ୍‌ କରିଥିଲେ।

ଆଲୋଚନା ସମୟରେ ମହାବିଦ୍ୟାଳୟର ବିଦ୍ୟୁତ ସମସ୍ୟା ସଂପର୍କରେ ଅଧ୍ୟକ୍ଷ କହିଥିବାବେଳେ ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସାତ ଦିନ ମଧ୍ୟରେ ସମାଧାନ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାକୁ ବିଭାଗୀୟ ସ୍ତରରେ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Comments are closed.