Odisha Link
Bridging the Missing Links in Odisha

ଏନଆଇଏମଏସ ଫିଜିଓଫେଷ୍ଟ୍ ଉଦଘାଟିତ

ଭୁବନେଶ୍ବର: ଓ୍ବାର୍ଲଡ଼ ଫିଜିଓଥେରାପି ଦିବସ ଉପଲକ୍ଷେ ନିଳାଚଳ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ତରଫରୁ ଏନଅଇଏମଏସ ଫିଜିଓଫେଷ୍ଟ ଦୁଇଦିନ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ମାନ୍ୟବର ଡ. ପ୍ରମୋଦ କୁମାର ମେହେଦା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟରେ ଫିଜିଓଥେରାପିର ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ପ୍ରତିପାଦନ କରିଥିଲେ। ଆଗମୀ ଭବିଷ୍ୟତରେ ଫିଜିଓଥେରାପି କଲେଜ ଓ ଚିକିତ୍ସକ ମାନଙ୍କ ପାଇଁ ଷ୍ଟେଟ କାଉଁସିଲ୍ ଫର୍ ଫିଜିଓଥେରାପି ଫର୍ମେସନ ପାଇଁ ସରକାରଙ୍କ ପ୍ରସ୍ତାବ ଓ ଉପରିସ୍ଥ କାର୍ଯ୍ୟ ଅତିଶୀଘ୍ର ହେବ ବୋଲି ଆଶା କରିଛନ୍ତି।

ଏହା ସହିତ ମାନନୀୟ ସଚିବ ତାଙ୍କର ବକ୍ତବ୍ୟରେ କହିଲେ ଯେ, ଉପରିସ୍ଥ ପ୍ରସ୍ତାବ ପାରିତ ହେଲେ ଫିଜିଓଥେରାପି କଲେଜ ଏବଂ ପ୍ରୋହିବିସନ କାରି ମାନେ ରେସିପ୍ରୋକାରି ମେକାନିଜିମ୍ ପରିଚାଳିତ ହେଇ ସ୍ବାସ୍ଥ୍ୟ ସେବାକୁ ଆଗମୀ ଦିନରେ ସୁଦୃଢ଼ ଓ ପର୍ଯ୍ୟପ୍ତ କରିହେବ। ନିକଟ ଅତୀତରେ ବହୁ ଛାତ୍ରଛତ୍ରୀ ସରକାରଙ୍କ ଏନଏଚଏମ ପ୍ରୋଜେକ୍ଟରେ ନିଯୁକ୍ତି ସୁଯୋଗ ପାଇଁ ଫିଜିଓଥେରାପି ପାଠ୍ୟକ୍ରମ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଜର ଅପରି ହାର୍ଯ୍ୟତା ପ୍ରତିପାଦନ କରିଛନ୍ତି।

ଆଗମୀ ଦିନରେ ଫିଜିଓଥେରାପି ଚିକିତ୍ସକ ମାନଙ୍କର ସମ୍ବାଦପତ୍ର ଅପରିହାର୍ଯ୍ୟତାକୁ ପ୍ରତିପାଦନ କରିବା ସହ ଭବିଷ୍ୟତରେ କିପରି ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ କରାଯାଇ ପାରିବ ସେ ପ୍ରତି ଯତ୍ନବାନ ହେବା ସହ ଆଶା ବ୍ୟକ୍ତ କରିଥିଲେ। ଓ୍ବାର୍ଲଡ଼ ଫିଜିଓଥେରାପି ଦିବସ ଅବସରରେ ଏନଆଇଏମଏସ ଦ୍ବାରା ଆୟୋଜିତ ଫିଜିଓଫେଷ୍ଟ ଏନଆଇଏମଏସର ଫିଜିଓଥେରାପି ଚିକିତ୍ସକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗମୀ ଦିନରେ ଏ ଛାତ୍ରଛାତ୍ରୀ ମାନେ ସମାଜରେ ଜନସାଧାରଣଙ୍କ ମଧ୍ୟରେ ଏ ପ୍ରିଭେଣ୍ଟିଭ କେୟାରକୁ ପହଞ୍ଚିବା ପାଇଁ ମଧ୍ୟ ସାହାୟକ ହେବ ବୋଲି ପ୍ରତିପାଦନ କରିଥିଲେ। ପରିଶେଷରେ ସେ ଛତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳ ସହ ରୋଗୀରେ ନିଜକୁ ଉତ୍ସର୍ଗୀକୃତ କରନ୍ତୁ ବୋଲି ଉପଦେଶ ଦେଇଥିଲେ। ଉକ୍ତ ଉତ୍ସବରେ ଏନଆଇଏମଏସ ସଭାଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ପତୀ ମହାସୟ ସ୍ବାଗତ ଭାଷଣ ଦେବା ସହ ପରିଚାଳନା କରିଥିଲେ। ଶ୍ରୀଯୁକ୍ତ ପତୀ ଆଗମୀ ଦିନରେ ଓଡ଼ିଶା ରାଜ୍ୟରେ ଷ୍ଟେଟ ଫିଜିଓଥେରାପି କାଉଁସିଲ୍ ରେଗୁଲେଟୋରି ବଡ଼ି ଓ ଷ୍ଟେଟ୍ ହେଲଥ୍ ବିଶ୍ବବିଦ୍ୟାଳୟର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ବକ୍ତବ୍ୟ ରଖି ସମ୍ମନୀୟ ଅତିଥିଙ୍କର ଦୃଷ୍ଟିଆକର୍ଷଣ କରିବା ସହ ଏ ଦଗରେ ସରକାରଙ୍କ ସହଯୋଗ କମନା କରିଥିଲେ।

ଉକ୍ତ ଉଦଘାଟନୀ ଉତ୍ସବରେ ଏନଆଇଏମଏସ କଲେଜ ଫିଜିଓଥେରାଫିର ଅଧ୍ୟକ୍ଷ ଡ. ବିକ୍ରମ ସାହୁ ବାର୍ଷିକ ବିବରଣୀ ପାଠ ସହ ଦୁଇ ଦିନର କାର୍ଯ୍ୟକ୍ରମ ଉପରେ ନିଜର ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ରହିଥିଲା। ଏଥିସହ ଛାତ୍ରଛାତ୍ରୀମାନେ ଫିଜିଓଫେଷ୍ଟ ଅବଶରରେ ସେମିନାର ଓ ଓ୍ବାର୍କସପ୍ ର ମଧ୍ୟ ଆୟୋଜନ କରିଛନ୍ତି ଏବଂ ପ୍ରତ୍ୟକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇ ଯାଇଛି।

ଏନଆଇଏମଏସର ଉପଦେଷ୍ଟା ନଳିନୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

Comments are closed.