Odisha Link
Bridging the Missing Links in Odisha

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମେରାମା ଛକ ନିକଟ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଗୁଡାରୀ ବ୍ଳକ କଦ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେରାଲାଗୁଡ଼ି ଗ୍ରାମର ଆଦିକନ୍ଧ ମୁତାରାଙ୍ଗାଙ୍କ ସ୍ତ୍ରୀ ମୁତୁରିତାଇ ମୁତାରାଙ୍ଗା। ସେହିପରି ମିଙ୍ଗୁରି ମୁତାରାଙ୍ଗା ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।
ପ୍ରଥମେ ଦୁହିଁଙ୍କୁ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମୁତୁରିତାଇ ମୁତାରାଙ୍ଗାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମିଙ୍ଗୁରି ମୁତାରାଙ୍ଗାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ମେଡିକାଲରେ ପହଞ୍ଚି ତଦନ୍ତ କରିଥିଲେ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ କରାଇବା ସହ ଗୁରୁବାର ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Comments are closed.