Odisha Link
Bridging the Missing Links in Odisha

ନୂଆ ଟ୍ରାଫିକ ନିୟମ ପାଇଁ ସଚେତନତା ରଥ

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ନେଇ ସଚେତନା ସୃଷ୍ଟି କରିବାକୁ ବାହାରିଛି ସଚେତନତା ରଥ। ଏବେ ରଥ ଜଣାଇବ ରାସ୍ତାର ନିୟମ। କଟକରେ ପତାକା ଦେଖାଇ ଟ୍ରାଫିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଟ୍ରାଫିକ ଡ଼ିସିପି ସାଗରିକା ନାଥ। ଗତକାଲି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ହେଲମେଟ୍ ଓ ଚକୋଲେଟ ଦେଇ ନିୟମ ମାନିବାକୁ ସଚେତନ କରାଇଥିଲେ ଟ୍ରାଫିକ୍ ଡିସିପି। ଲୋକଙ୍କୁ ଅଧିକ ସଚେତନ କରିବାକୁ ଆଜିଠାରୁ ରଥ ଲୋକମାନଙ୍କ ସଚେତନତା କରାଇବ। ୮ ଦିନ ଧରି ଏହି ଭ୍ରାମ୍ୟମାଣ ରଥ ବୁଲିବ। ଗଳିକନ୍ଦି ବୁଲି ଭାମ୍ରମାଣ ରଥ ସମସ୍ତଙ୍କୁ ସଚେତନ କରିବ। ଅବୁଝା ଲୋକଙ୍କୁ ବୁଝାଇବା ପାଇଁ ଏହି ପ୍ରୟାସ ସ୍ୱାଗତଯୋଗ୍ୟ।
ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଥିଲା। ଟ୍ରାଫିକ ନିୟମ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଥିଲା। ଏହାକୁ ନେଇ ଲୋକମାନଙ୍କ ଭିତରେ ଏକ ଭୟ ଦେଖାଦେଇଥିଲା। ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ପୁଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ୩ ମାସ ପାଇଁ ଟ୍ରାଫିକ ନିୟମ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ୩ ମାସ ମଧ୍ୟରେ ଗାଡିର ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.