Odisha Link
Bridging the Missing Links in Odisha

ଘରୋଇ ଉପାୟରେ ମିଳିବ ଫୁଡ୍ ପଏଜନିଙ୍ଗରୁ ରକ୍ଷା

ଭୁବନେଶ୍ବର: ଏହା ବିଶ୍ୱାସ କରିବା ମୁସ୍କିଲ କି ଆପଣଙ୍କର ପ୍ରିୟ ଖାଦ୍ୟ ଆପଣଙ୍କୁ ରୋଗିଣା କରିଦେଇଥାଏ । କିଛି ଭୁଲ୍ ଖାଦ୍ୟ ଖାଇବା କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା କାରଣରୁ ଫୁଡ୍ ପଏଜନିଙ୍ଗ ହୋଇଥାଏ । ଠିକ୍ ସମୟ ଏହାର ଚିକିତ୍ସା କରାଇବା ଆବଶ୍ୟକ ଅଟେ।

କ’ଣ ଖାଇଲେ ଫୁଡ୍ ପଏଜନିଙ୍ଗ ମିଳିବ ରକ୍ଷା –

ଆପଲ୍ ସାଇଡର ଭିନେଗାର : ସେଓରେ ସିର୍କା ଥାଏ ତାହା ଫୁଡ୍ ପଏଜନିଙ୍ଗ ପାଇଁ ବବୁତ ଭଲ ହୋଇଥାଏ । ଦୁଇ ଚାମଚ ସେଓର ସିର୍କାକୁ ଏକ କପ୍ ଗରମ ପାଣିରେ ମିଶାଇ ଭୋଜନ ପୂର୍ବରୁ ଏହାକୁ ସେବନ କରନ୍ତୁ।

ଦହି : ଦହି ଫୁଡ୍ ପଏଜନିଙ୍ଗ ପାଇଁ ବହୁତ ଉପକାରୀ ହୋଇଥାଏ । ଦହିରେ ପାଣି ଓ ଚିନି ମିଶାଇ ଲସି କରି ପିଅନ୍ତୁ , ଯଦି ଆପଣଙ୍କୁ ମିଠା ଦହି ପସନ୍ଦ ନଥାଏ, ଏଥିରେ କିଛି ମାତ୍ରାରେ କଳା ଲୁଣ ମିଶେଇ ମଧ୍ୟ ପିଇପାରିବେ।

ଲେମ୍ବୁ : ଲେମ୍ବୁରେ ସାଧାରଣତଃ ଆଣ୍ଟି-ଭାଇରାଲ୍ ଗୁଣ ରହିଥାଏ, ତାହା ଫୁଡ୍ ପଏଜନିଙ୍ଗର ବ୍ୟାକ୍ଟେରିଆକୁ ଦୂର କରିଥାଏ । ଏକ କପ୍ ଗରମ ପାଣିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲିପେଟରେ ପିଇଦିଅନ୍ତୁ।


ଯଦି ଏଥିରେ ଆପଣ ଙ୍କୁ ସୁଫଳ ମିଳି ନଥାଏ, ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ ।

Comments are closed.