Odisha Link
Bridging the Missing Links in Odisha

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍: ଭାରତୀୟ କ୍ରିକେଟ ଟିମ୍‌ ଘୋଷିତ, କିଏ ଇନ୍‌ କିଏ ହେଲେ ଆଉଟ୍‌ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଘୋଷଣା ହେଲା ଭାରତୀୟ ଟେଷ୍ଟ ଟିମ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଆଗାମୀ ଟେଷ୍ଟ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି। ହେଲେ ଟିମରେ ଅଲରାଉଣ୍ଡର ହାର୍ଦ୍ଦିକ ପା‌ଣ୍ଡ୍ୟାଙ୍କୁ ସ୍ଥାନ ମିଳିନାହିଁ । ଏଥିସହିତ ଚୟନ କମିଟି ଭାରତୀୟ ଟିମ୍‌ରେ ଓପନର କେ.ଏଲ୍‌ ରାହୁଲଙ୍କୁ ସ୍ଥାନ ଦେଇ ନଥିବା ବେଳେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ସାମିଲ କରିଛି। ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଅକ୍ଟୋବର ମାସରୁ ୩ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ।

ରନ୍‌ ମେସିନ ନାଁରେ ଜଣାଶୁଣା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନିଂ କରିବେ। ଚୟନକାରୀ କମିଟି ୧୯ ବର୍ଷରୁ କମ ବିଶ୍ୱକପ୍‌ ଷ୍ଟାର ଖେଳାଳି ଶୁଭମନଙ୍କ ପ୍ରଦର୍ଶନକୁ ଭିତ୍ତିକରି ତାଙ୍କୁ ଚୟନ କରିଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି, ଟେଷ୍ଟ ଇନିଂସକୁ ଆରମ୍ଭ କରିବା ପାଇଁ ରୋହିତ ଶର୍ମାଙ୍କୁ ଏକ ସୁଯୋଗ ଦିଆଯିବା ଦରକାର।

ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ଓ୍ଵିକେଟ୍‌ରକ୍ଷକ), ଋଦ୍ଧିମାନ ଶାହ (ଓ୍ଵିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ଶୁଭମନ ଗିଲ୍‌

Comments are closed.