Odisha Link
Bridging the Missing Links in Odisha

ସ୍ମୃତିରେ ତମେ

ଭୁବନେଶ୍ବର:ପରଲୋକରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ। ଦିଲୀପ ଶତପଥୀଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି ।କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଏଥିଯୋଗୁ ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ। ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶା ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ ସେ ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ କାର୍ଯ୍ୟ କରୁଥିଲେ।

ଆଜି ଇଡିକଲ୍ ଭବନରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବହୁ ବରିଷ୍ଠ ବ୍ୟକ୍ତି ସହିତ ପୋଲିସ କମିଶନର ଓ ସାମ୍ବାଦିକ ଯୋଗ ଦେଇଛନ୍ତି  ।

Comments are closed.