Odisha Link
Bridging the Missing Links in Odisha

ନାସା ପଠାଇଲା ବିକ୍ରମକୁ ‘ହ୍ୟାଲୋ’ ମେସେଜ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପଡ଼ିରହିଛି ଲ୍ୟାଣ୍ଡର ବିକ୍ରମ। ଲ୍ୟାଣ୍ଡରକୁ ଆକ୍ଟିଭେଟ କରିବା ପାଇଁ ଇସ୍ରୋ ପକ୍ଷରୁ ବହୁତ ଚେଷ୍ଠା କରାଯାଉଛି। ଏଥିସହିତ ନାସା ସହଯୋଗର ହାତ ବଢାଇଛି। ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ‘ବିକ୍ରମ’କୁ ‘ନାସା’ ହ୍ୟାଲୋ ମେସଜ ପଠାଇଛି। ‘ନାସା’ର ଡିପ ସ୍ପେଶ ଆଣ୍ଟିନା ଏହି ହ୍ୟାଲୋ ମେସେଜ ପଠାଇଛି। ବିକ୍ରମ ସହ ଯୋଗାଯୋଗ ପାଇଁ ଇସ୍ରୋ ସହ ନାସାର ବି ଉଦ୍ୟମ ଜାରି ରହିଛି। ଚନ୍ଦ୍ରୟାନ-୨ ମିଶନର ଶେଷ ସୋପାନରେ ବିକ୍ରମ ବିଚ୍ଛିନ୍ନ ହୋଇଥିଲା। ଚନ୍ଦ୍ରପୃଷ୍ଠରୁ ୨.୧ କିମି ବାକି ଥିବାବେଳେ ବିଚ୍ଛିନ୍ନ ହୋଇଯାଇଥିଲା। ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ ପରିବର୍ତ୍ତେ କ୍ରାସ ଲ୍ୟାଣ୍ଡିଂ କରିଥିଲା। ନଷ୍ଟ ହୋଇନଥିବା ବିକ୍ରମ ସହ ଯୋଗଯୋଗ ପାଇଁ ଉଦ୍ୟମ ଜାରି ରହିଛି।

ଚନ୍ଦ୍ରଯାନ-୨ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପଠାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିବାର ମାତ୍ର ୨.୧ କିମି ଦୂରରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ସହିତ ଯୋଗାଯୋଗ ରକ୍ଷା ହୋଇପାରିନଥିଲା। ପୂର୍ବ ନର୍ଦ୍ଧାରିତ ସମୟର ଅଳ୍ପ କିଛି ମିନିଟ ପୂର୍ବରୁ ଏହି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’ ରହିଥିଲା। ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରରିଥିଲେ ପ୍ରଜ୍ଞାନ ସେଥିରୁ ବାହାରି ଥାନ୍ତା। ଏହା ଚନ୍ଦ୍ରପୃଷ୍ଠର ଅଧ୍ୟକ୍ଷନ କରି ଇସ୍ରୋର ବୈଜ୍ଞାନିକମାନଙ୍କୁ ବିଭିନ୍ନ ତଥ୍ୟ ପଠାଇଥାନ୍ତା।

Comments are closed.