Odisha Link
Bridging the Missing Links in Odisha

ନିରଞ୍ଜନ ଦଳକୁ ବିକି ଦେଇଛନ୍ତି: ଇତୀଶ ପ୍ରଧାନ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆଜି ଏଆଇସିସି ବୈଠକ ଚାଲିଥିବାବେଳେ ଓଡ଼ିଶାରେ କଂଗ୍ରେସ ଭିତରେ କନ୍ଦଳ ତେଜିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦିଆଯାଇଛି। ତାଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂଦେହୀ ଡାକରା ଦେଇଛି ଛାତ୍ର କଂଗ୍ରେସ। ଏନେଇ ରାଜ୍ୟ ଛାତ୍ର କଂଗ୍ରେସ ଅବାହକ ଇତୀଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିବା ସହ ଚ୍ୟାଲେଞ୍ଜ କରିଛନ୍ତି।
ଖାଲି ଚ୍ୟାଲେଞ୍ଜ କରିନାହାନ୍ତି ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଚେତବାନୀ ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଛନ୍ତି। ସେହିପରି ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି। ପୁଅ ମାଧ୍ୟମରେ ବେପାର କରୁଛନ୍ତି। ଏହାକୁ ସହ୍ୟ କରାଯିବନି ବୋଲି ଇତୀଶ କହିଛନ୍ତି। ତେବେ ଇତୀଶଙ୍କ ଅଭିଯୋଗ ଉପରେ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.