Odisha Link
Bridging the Missing Links in Odisha

ପୁଣିଥରେ ନିରାଶ ହେଲେ ପି.ଚିଦାମ୍ବରମ

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ। ଆଜି ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମ ଜାମିନ୍‌ ଆବେଦନ କରିଥିଲେ ହେଁ କୋର୍ଟ ଏହା ଉପରେ କୌଣସି ରାୟ ଦେଇ ନାହାନ୍ତି। ବରଂ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ସ୍ଥିତାବସ୍ଥା ଜାଣିବା ପାଇଁ ସିବିଆଇକୁ ନୋଟିସ୍‌ କରିଛନ୍ତି। ସିବିଆଇ ଆସନ୍ତା ୭ଦିନ ମଧ୍ୟରେ ଏହାର ଜବାବ ଦେବ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ।

ଚିଦାଙ୍କ ମାମଲାର ଶୁଣାଣି ଆଜି ସୁରେଶ କୁମାର କୈଟ୍‌ଙ୍କ ଖଣ୍ଡପୀଠରେ ହୋଇଥିଲା। ଶୁଣାଣି ବେଳେ ଚିଦାଙ୍କ ଓକିଲ କପିଲ ଶିବଲ, ଅଭିଷେକ ମନୁସିଂଘଭୀ, ସଲମନ ଖୁର୍ସିଦ ପ୍ରମୁଖ ଜାମିନ ସପକ୍ଷରେ ଯୁକ୍ତି କରିଥିଲେ।ହେଲେ ଜଷ୍ଟିସ୍‌ ସୁରେଶ କୁମାର କେବଳ ସିବିଆଇକୁ ଜବାବ ତଲବ କରିଥିଲେ। ଶିବଲ ତିହାର ଜେଲରେ ଥିବା ଚିଦାଙ୍କୁ ଘର ରନ୍ଧା ଖାଇବା ଦେବାକୁ କୋର୍ଟ ଅନୁମତି ଦିଅନ୍ତୁ ବୋଲି କହିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଅଗଷ୍ଟ ୨୧ରେ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ୧୯ ତାରିଖ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି।

Comments are closed.