Odisha Link
Bridging the Missing Links in Odisha

ଭାରତ-କତାର ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ୍ ହେବ: ଧର୍ମେନ୍ଦ୍ର

କତାର: ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଅନ୍ତିମ ଦିନରେ କତାରର ପ୍ରଧାନମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ନାଜିର୍ ବିନ୍ଙ୍କ ସହ ଆଲୋଚନା ପରେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଦୁଇ ଦେଶ କ୍ରେତା-ବିକ୍ରେତା ସମ୍ପର୍କ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ର ସମ୍ବନ୍ଧିତ କାର୍ଯ୍ୟକୁ ବୃଦ୍ଧି କରିବା ଦିଗରେ ଆଲୋଚନା କରିଥିଲେ । ଭାରତରେ ବୃଦ୍ଧି ପାଉଥିବା ଗ୍ୟାସ ଭିତିଭୂମି ଉପରେ କାତାରର ପୁଞ୍ଜିନିବେଶ କରିବା ଦିଗରେ ଗୁରୁତ୍ୱାରୋପ କରିବା ସହ କତାରରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତୀୟ କମ୍ପାନୀର ଭାଗିଦାରୀ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଆଜିର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାରର ଅନ୍ୟାନ୍ୟ ପ୍ରତିନିଧିମାନଙ୍କୁ ଭେଟି ମଧ୍ୟ ଫଳପ୍ରଦ ଆଲୋଚନା କରିଛନ୍ତି । କତାରର ଶକ୍ତି ମନ୍ତ୍ରୀ ତଥା ପେଟ୍ରୋଲିୟମ ବିଭାଗର ଅଧ୍ୟକ୍ଷ ସାଦ୍ ଶେରୀଦା ଅଲ୍ କାବୀଙ୍କୁ ଭେଟି ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କତାର ଭାରତ ପାଇଁ ଦୀର୍ଘ ସମୟ ଧରି ଉର୍ଜା କ୍ଷେତ୍ରରେ ସହଯୋଗୀ ହୋଇ ରହିଛି ।  ଏହାସହ ଭାରତକୁ ଏଲଏନଜି ଏବଂ ଏଲପିଜି ଯୋଗାଣ କରିବାରେ କତାର ସର୍ବବୃହତ ଦେଶ ବୋଲି ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କତାର ଠାରୁ ଏଲଏନଜି କ୍ରୟ କରିବା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରିଥିଲେ । ହାଇଡ୍ରୋକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତା ସମ୍ବନ୍ଧରେ କାର୍ଯ୍ୟ କରିବା ନେଇ ଉଭୟ ମନ୍ତ୍ରୀ ସମ୍ମତି ଜଣାଇଥିଲେ । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ପରିବେଶକୁ ସୁହାଉଥିବା ଉର୍ଜାକୁ ବିକଶିତ କରିବା ପାଇଁ କତାରକୁ ସହଯୋଗ କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।

ଏହ୍ୟାତିତ ଗ୍ୟାସ ରପ୍ତାନୀ ଦେଶ ଫୋରମ(ଜିଏଫସିଏଫ)ର ସାଧାରଣ ସଚିବଙ୍କ ସହ ଅନ୍ତରାଷ୍ଟ୍ରୀୟ ଗ୍ୟାସ ବଜାରର ସ୍ଥିତି ଏବଂ ଉର୍ଜା ଉପରେ ଆଲୋଚନା କରିଥିଲେ । ଭାରତରେ ଗ୍ୟାସ ବଜାରରେ ଅଧିକ ଅନୁଧ୍ୟାନ କରିବା ପାଇଁ ଶ୍ରୀ ପ୍ରଧାନ ଜିଇସିଏଫର୍ ସହ ସହଯୋଗ ଲୋଡିଥିଲେ ।

ଉଲ୍ଲେଖନୀୟ ଯେ ଆଲୋଚନା କାଳରେ କତାରର ପ୍ରଧାନମନ୍ତ୍ରୀ ଭାରତ ସହ ଐତିହାସିକ ମଜବୁତ ପ୍ରସଙ୍ଗକୁ ମନେପକାଇବା ସହ କତାରରେ ଭାରତୀୟ ସମୁଦାୟଙ୍କ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେପକାଇଥିଲେ । କତାରର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୯ ନିର୍ବାଚନରେ ବଡ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

Comments are closed.