Odisha Link
Bridging the Missing Links in Odisha

ଧୋନିଙ୍କୁ ନେଇ ବିରାଟଙ୍କ ଟ୍ବିଟ, ସୋଶିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଟ୍ବିଟ ଏବେ ଚର୍ଚ୍ଚାରେ। ଯାହାକି ଏବେ ସୋଶିଆଲ ମଡିଆରେ ଘୁରି ବୁଲୁଛି। ଆଜି ବିରାଟ ଏକ ଫଟୋ ଟ୍ବିଟ କରିଥିଲେ। ଯେଉଁଥିରେ ସେପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି। ସେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଉଭୟଙ୍କ କଥା କହିଛନ୍ତି। ଫଟୋରେ କୋହଲିଙ୍କୁ ବିଜୟର ଉତ୍ସବ ମନାଉଥିବାର ଦେଖିବାକୁ ମିଳିଛି। ଏମିତି ଲାଗୁଛି ଯେପରି ସେ ଧୋନିଙ୍କୁ ସାଲ୍ୟୁଟ୍ କରୁଛନ୍ତି। ଏହି ଫଟୋରେ କୋହଲି ଲେଖିଛନ୍ତି, ସେହି ମୁକାବିଲା, ଯାହାକୁ କେବେବି ଭୁଲି ହେବନି। ସେହି ରାତି ବହୁତ ଖାସ୍। ଏହି ବ୍ୟକ୍ତି ଜଣକ ମୋତେ ଫିଟନେସ୍ ଟେଷ୍ଟ ଭଳି ଦୌଡ଼ାଇଛନ୍ତି। କୋହଲି ନିଜର ଏହି ଟ୍ୱିଟରେ ଧୋନିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ହେଲେ ବିରାଟଙ୍କ ଏହି ଟ୍ବିଟ ପରେ ଧୋନିଙ୍କ ଅବସରକୁ ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ସୂଚନାଥାଉକି, ଏହି ଫଟୋ ୨୦୧୬ରେ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପ୍ ସମୟର। ୨୭ ମାର୍ଚ୍ଚ, ୨୦୧୬ରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଏହି ମୁକାବିଲାରେ କୋହଲି ଅପରାଜିତ ୮୨ ରନର ଇନିଂସ୍ ଖେଳିଥିଲେ ଏବଂ ଭାରତ ଏହି ମ୍ୟାଚକୁ ୬ ୱିକେଟରେ ଜିତିଥିଲା। ଏହି ମ୍ୟାଚରେ ଫିନିଶର୍ ଧୋନି ଶେଷ ଓଭରର ପ୍ରଥମ ବଲରେ ଜେମ୍ସ ଫକନରଙ୍କୁ ଚୌକା ମାରି ବିଜୟୀ କରାଇଥିଲେ।

ଧୋନି ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଟି-୨୦ ଦଳରେ ନାହାନ୍ତି। ସେ ଏବେ ଆମେରିକାରେ ଛୁଟି ମନାଉଛନ୍ତି। ଏହା ପୂର୍ବରୁ ସେ ଟେରିଟୋରିଆଲ୍ ଆର୍ମି ୟୁନିଟ୍ ସହ କଶ୍ମୀରରେ ୧୫ ଦିନ ବିତାଇଥିଲେ। ଭାରତୀୟ ଦଳରେ ଏବେ ୟୋ-ୟୋ ଟେଷ୍ଟ ଫିଟନେସର ନୂଆ ପରିଭାଷା। ୟୋ-ୟୋ ଟେଷ୍ଟକୁ ପାସ୍ କରିବା ପାଇଁ ବର୍ତ୍ତମାନର ସର୍ବନିମ୍ନ ମାନଦଣ୍ଡକୁ ମଧ୍ୟ ବୃଦ୍ଧି କରାଯାଇଛି। କୋଚ୍ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ୟୋ-ୟୋ ଟେଷ୍ଟର ସର୍ବନିମ୍ନ ମାନଦଣ୍ଡକୁ ବଢ଼ାଇ ୧୭ କରିବାକୁ ଚାହୁଁଛନ୍ତି, ଯାହା ବର୍ତ୍ତମାନ ୧୬.୧ ଅଛି।

Comments are closed.